ଭାରତକୁ ୯ ଉଇକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 3, 2023

ଭାରତକୁ ୯ ଉଇକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋର ଟେଷ୍ଟକୁ ୯ ଇକେଟରେ ବାଜି ମାରି ନେଇଛି ଅଷ୍ଟ୍ରେଲିଆ । ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ଭାରତକୁ ଅଷ୍ଟ୍ରେଲିଆ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଜୁନ୍‌ରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସି ପାଇଁ ଯୋଗ୍ୟତା ଅର୍ଜନ କରିଛି।  ଏହି ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ୬୬.୬୭ ପ୍ରତିଶତ ଭୋଟ୍‌ ପାଇ ଏକ ନମ୍ବର ରାଙ୍କରେ ଥିବା ବେଳେ ୬୪.୦୬ ପ୍ରତିଶତ ପାଇ ପଛରେ ଅଛି। ତେଣୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ଭାରତକୁ ଚତୁର୍ଥ ମ୍ୟାଚ୍ ଜିତିବାକୁ ପଡ଼ିବ। ତୃତୀୟ ଟେଷ୍ଟ ଜିତିବା ପାଇଁ ଅଷ୍ଟ୍ରେଲିଆ ପାଖରେ ୭୬ ରନ୍‌ର ଟାର୍ଗେଟ ଥିଲା। ଆଜି ଖେଳ ଆରମ୍ଭର ଆର୍‌. ଅଶ୍ୱିନ୍‌ ଅଷ୍ଟ୍ରେଲିଆର ଉସ୍‌ମାନ୍‌ ଖାୱାଜାଙ୍କୁ ଦ୍ୱିତୀୟ ବଲ୍‌ରେ ଆଉଟ୍‌ କରିଥିଲେ।

ଏହାପରେ ଅଷ୍ଟ୍ରେଲିଆର ଟ୍ରେଭିସ୍‌ ହେଡ୍‌ ଓ ମାର୍ଣ୍ଣସ୍‌ ଲେବୁସଚେଙ୍ଗ୍‌ଙ୍କ ବ୍ୟାଟିଂ  ଅଷ୍ଟ୍ରେଲିଆକୁ ବିଜୟ କରିବାରେ ସହାୟକ ହୋଇଥିଲା। ଟ୍ରେଭିସ୍‌ ୪୯ ଓ ମାର୍ଣ୍ଣସ୍‌ ୨୮ ରନ୍‌ ସଂଗ୍ରହ କରିଥିଲେ। ବର୍ଡର୍‌-ଗାଭାସ୍କର୍‌ ଟ୍ରଫି ଟେଷ୍ଟ୍‌ ମ୍ୟାଚ୍‌ରେ ପୂର୍ବରୁ ୨ଟି ମ୍ୟାଚ୍‌ ଜିଣିଥିବା ଭାରତ ୨-୧ରେ ଅଗ୍ରଣୀ ରହିଛି।

ଅହମଦାବାଦରେ ଚତୁର୍ଥ ନମ୍ବର ମ୍ୟାଚ୍‌ଟି ବାକି ରହିଛି। ସେଥିରେ ବିଜୟ ଲାଭ କଲେ ଭାରତ ‘ଡବ୍ଲୁଟିସି’ର ଫାଇନାଲ୍‌ରେ ପହଞ୍ଚିବ। ତେବେ ତୃତୀୟ ଦିବସରେ ମ୍ୟାଚ୍‌ ଜିଣିବା ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍’ର ଶୀର୍ଷରେ ଆସନ ସୁଦୃଢ଼ କରିବାରେ ସମର୍ଥ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IA8WzdU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages