ଭୁବନେଶ୍ୱରରେ ଖଣି ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ମିଳିଛି ନଗଦ ୧ କୋଟି ଟଙ୍କା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଏହି ଟଙ୍କା ଜବତ କରାଯାଇଛି। ଏହା ସହିତ ତାଙ୍କର ଆହୁରି ଅନେକ ସମ୍ପତ୍ତି ଠାବ କରାଯାଇଛି।
ଭୁବନେଶ୍ୱରରେ ଶ୍ରୀ ଜେନାଙ୍କର ଗୋଟିଏ ବହୁତଳ କୋଠା ରହିଛି। କେନ୍ଦୁଝରରେ ତାଙ୍କର ୩ଟି କୋଠା ରହିଛି। ତା’ ସହିତ କେନ୍ଦୁଝରର ପ୍ରମୁଖ ସ୍ଥାନମାନଙ୍କରେ ତାଙ୍କର ୫ଟି ପ୍ଲଟ୍ ରହିଛି। ସେହିପରି ତାଙ୍କ ଠାରୁ ୬୫୦ ଗ୍ରାମର ସୁନା ଗହଣା ଜବତ କରାଯାଇଥିବା ବେଳେ ଗୋଟିଏ ଚାରି ଚକିଆ ଗାଡ଼ି, ଦୁଇଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି। ଏହା ସହିତ ତାଙ୍କ ବ୍ୟାଙ୍କ ଓ ବୀମା ଜମା ରାଶିର ହିସାବ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତଦନ୍ତ ଏବେ ବି ଜାରି ରହିଛି।
ଭୁବନେଶ୍ୱରରେ ୫ଟି ସ୍ଥାନ ସହିତ କେନ୍ଦୁଝର ଜିଲ୍ଲା ସିରିସପାଲ ସ୍ଥିତ ଶ୍ରୀ ଜେନାଙ୍କ ଘର, କେନ୍ଦୁଝରର ଘସିପୁରା ଥାନା ଅନ୍ତର୍ଗତ ସଂପର୍କୀୟଙ୍କ ଘର ଓ କେନ୍ଦୁଝରର ଆଉ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AlgsE4P
No comments:
Post a Comment