କର୍ଣ୍ଣାଟକ ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କ ଘରୁ ନଗଦ ୬ କୋଟି ଟଙ୍କା ଜବତ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। କର୍ଣ୍ଣାଟକ ଲୋକାୟୁକ୍ତ ତାଙ୍କ ଘରେ ଚଢ଼ଉ ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗୁରୁବାର ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ରେଡ ହ୍ୟାଣ୍ଡେଡରେ ଧରାପଡିଛନ୍ତି।
ଏହା ପରେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ବିରୋଧୀ ଲୋକାୟୁକ୍ତ ସଂସ୍ଥା ପ୍ରଶାନ୍ତଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ରେଡ୍ କରିଥିଲେ । ପ୍ରଶାନ୍ତଙ୍କ ଘରେ ଲୋକାୟୁକ୍ତ ସଂସ୍ଥା ୬କୋଟି ଟଙ୍କା ପାଇଥିଲେ। ସେହିପରି ପ୍ରଶାନ୍ତଙ୍କ ଅଫିସରେ ୧.୭ କୋଟି ଟଙ୍କା ମଧ୍ୟ ପାଇଛନ୍ତି। ପ୍ରଶାନ୍ତ ତାଙ୍କ ଅଫିସରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ଲୋକାୟତ୍ତ ଅଧିକାରୀ ତାଙ୍କୁ ଧରିଥିଲେ। ଏ ସଂକ୍ରାନ୍ତରେ ପଚରା ଉଚରା ପାଇଁ ଲୋକାୟୁକ୍ତ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କୁ ଡକାଇ ପାରେ।
ଜଣେ ଅଧିକାରୀ କହିଛନ୍ତି, ଆମେ ତାଙ୍କ ଅଫିସ୍ ଯାଞ୍ଚ କରି ୧.୭ କୋଟି ଟଙ୍କା ପାଇଲୁ। ପ୍ରଶାନ୍ତ ତାଙ୍କ ବାପାଙ୍କ ତରଫରୁ ଲାଞ୍ଚ ଗ୍ରହଣ କରୁଥିଲେ। ଆମେ ଜବତ କରିଥିବା ଟଙ୍କାର ଉତ୍ସର ଅନୁସନ୍ଧାନ କରୁଛୁ। ବିଧାୟକ ମଦଲ ବିରୁପାକ୍ଷପ୍ପା ହେଉଛନ୍ତି କର୍ଣ୍ଣାଟକ ସୋପ୍ସ୍ ଆଣ୍ଡ୍ ଡିଟର୍ଜେଣ୍ଟ୍ସ୍ ଲିମିଟେଡ୍ର ଅଧ୍ୟକ୍ଷ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/b6V8OW1
No comments:
Post a Comment