ମୁଁ ଡ଼ରି ଯାଇଥିଲି... ଯନ୍ତ୍ରଣା ବଖାଣିଲେ ହୋଲି ଦିନ ଅସଦାଚରଣର ଶିକାର ହୋଇଥିବା ଜାପାନୀ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 11, 2023

ମୁଁ ଡ଼ରି ଯାଇଥିଲି... ଯନ୍ତ୍ରଣା ବଖାଣିଲେ ହୋଲି ଦିନ ଅସଦାଚରଣର ଶିକାର ହୋଇଥିବା ଜାପାନୀ ମହିଳା

ହୋଲି ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିଲା ଏକ ଲଜ୍ଜାଜନକ ଘଟଣା। ଜଣେ ଜାପାନୀ ମହିଳାଙ୍କୁ କିଛି ଦୁର୍ବୃତ୍ତ ଘେରି ଯାଇ ଜୋର ଜବରଦସ୍ତି ରଙ୍ଗ ବୋଳିବା ବାହାନାରେ ଅସଦାଚରଣ କରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହି ମାମଲାରେ ନିଜ ଯନ୍ତ୍ରଣା ବଖାଣିଛନ୍ତି ଉକ୍ତ ପୀଡିତା। 

ଶନିବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି, ହୋଲି ମହୋତ୍ସବ ହେଉଛି ଚମତ୍କାର ଏବଂ ମଜାଦାର ପାରମ୍ପରିକ ପର୍ବ। ପରସ୍ପର ଉପରେ ଅବିର ଓ ରଙ୍ଗପାଣି ପକାଇ ବସନ୍ତର ଆଗମନକୁ ପାଳନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ହୋଲି ସମୟରେ ବାହାରକୁ ବାହାରିବା ଜଣେ ମହିଳାଙ୍କ ପକ୍ଷେ ବିପଜ୍ଜନକ ବୋଲି ସେ ଶୁଣିଥିଲେ। ଦଳେ ପୁରୁଷ ତାଙ୍କ ସହିତ ଅସଦାଚରଣ କରିବା ସହିତ ଜବଦସ୍ତି ତାଙ୍କ ଦେହରେ ରଙ୍ଗ ବୋଳିଥିଲେ। ଏହି ସମୟରେ ସେ ତାଙ୍କର ୩୫ଜଣ ସାଥୀଙ୍କ ସହିତ ଥିଲେ। ବିନା କୌଣସି ଉଦ୍ଦେଶ୍ୟରେ ତାଙ୍କର ଜଣେ ଜାପାନୀ ବନ୍ଧୁ ସେତେବେଳେ ଭିଡିଓ ଉତ୍ତୋଳନ କରି ପକାଇଥିଲେ। ହୋଲି ବିଷୟରେ କୌଣସି ନକାରାତ୍ମକ ବାର୍ତ୍ତା ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ମୂଳ ଭିଡିଓଟି ସେ ପୋଷ୍ଟ୍ କରିଥିଲେ, କିନ୍ତୁ ତାହା ଭାଇରାଲ୍ ହୋଇଯିବାରୁ ଭୟଭୀତ ହୋଇ ଡିଲିଟ୍ କରି ଦେଇଥିଲେ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ‘ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ‌‌ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ମୁଁ କ୍ଷମା ମାଗୁଛି । ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଭରସା ବ୍ୟକ୍ତ କରି ସେ କହିଛନ୍ତି, ଭାରତର ସବୁ କିଛି ତାଙ୍କୁ ଭଲ ଲାଗେ ଏବଂ ସେ ଅନେକ ଥର ଭାରତକୁ ଆସିଛନ୍ତି। ଭାରତ ଏକ ଚମତ୍କାର ଦେଶ, ଏଭଳି ଏକ ଘଟଣା ଘଟିଲେ ବି ଆପଣ ଭାରତକୁ ଘୃଣା କରିପାରିବେ ନାହିଁ।’

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୮ ତାରିଖ ତଥା ହୋଲି ଦିନ ଜଣେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଘଟଣାରେ ଜଣେ ନାବାଳକ ସମେତ ଦିଲ୍ଲୀ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ପହାଡ଼ଗଞ୍ଜ ଅଞ୍ଚଳରେ ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଦୁର୍ବୃତ୍ତମାନେ ଉକ୍ତ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ। ସେ ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KCF2klr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages