ହଷ୍ଟେଲରେ ରୋଷେୟାଙ୍କୁ ସାହାଯ୍ୟ କରୁଥିଲେ ଅଷ୍ଟମ ଶ୍ରେଣୀ ଛାତ୍ର, ଗରମ ଡାଲି ପଡ଼ିଯିବାରୁ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 12, 2023

ହଷ୍ଟେଲରେ ରୋଷେୟାଙ୍କୁ ସାହାଯ୍ୟ କରୁଥିଲେ ଅଷ୍ଟମ ଶ୍ରେଣୀ ଛାତ୍ର, ଗରମ ଡାଲି ପଡ଼ିଯିବାରୁ ଚାଲିଗଲା ଜୀବନ

ଗରମ ଡାଲି ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ। ମୃତ ଛାତ୍ର ଜଣଙ୍କ ହେଲେ ଗେଲେଟ ହାନଗା। ତାଙ୍କ ଘର ପାଟମୁଣ୍ଡାରେ ବୋଲି ଜଣାଯାଇଛି। ଗେଲେଟ ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ ହଷ୍ଟେଲରେ ରହୁଥିଲେ।

ଗତ ୬ ତାରିଖରେ ଗେଲେଟ ହଷ୍ଟେଲରେ ରୋଷେୟାଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ। ରୋଷେୟା ସହ ମିଶି ଡାଲି ହଣ୍ଡାକୁ ଚୁଲିରୁ ତଳକୁ ଓହ୍ଲାଉଥିବା ବେଳେ ଗେଲେଟଙ୍କ ହାତରୁ ହଣ୍ଡାଟି ଖସି ଯାଇଥିଲା। ଆଉ ଗରମ ଡାଲି ତାଙ୍କ ଉପରେ ଢ଼ାଳି ଯାଇଥିଲା। ଗେଲେଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଗେଲେଟଙ୍କର ମୃତ୍ୟୁ ଘଟିଛି। 

ଏହି ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ହଷ୍ଟେଲରେ ୨୦୦ ଛାତ୍ର ରହୁଥିବା ବେଳେ ସେମାନଙ୍କ ପାଇଁ କ’ଣ ଜଣେ ମାତ୍ର ରୋଷେୟା ଅଛନ୍ତି? ରୋଷେୟାଙ୍କୁ ସାହାଯ୍ୟ କରିବା ପାଇଁ କ’ଣ ଆଉ କେହି ନାହାନ୍ତି? ଯଦି ରୋଷୟାଙ୍କୁ ସାହାଯ୍ୟ କରିବାକୁ ସେଦିନ କେହି ଉପସ୍ଥିତ ନଥିଲେ, ତା’ହେଲେ ହଷ୍ଟେଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କଲେ ନାହିଁ କାହିଁକି? ୨୦୦ ପିଲାଙ୍କ ପାଇଁ ଡାଲି ପ୍ରସ୍ତୁତ ହୋଇଥିବା ହଣ୍ଡାକୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଚୁଲି ତଳକୁ ଆଣିପାରିବେ ବୋଲି ରୋଷେୟା କେମିତି ଭାବିନେଲେ? ସେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଇ ଥିଲେ ନା ନାହିଁ? ଗେଲେଟ ନିଜ ଆଡ଼ୁ ରୋଷେଇ ଘରକୁ ଯାଇଥିଲେ ନା ତାଙ୍କୁ କେହି ସେଠାକୁ ଡାକିଥିଲେ? ଯଦି ରୋଷେୟା ତାଙ୍କୁ ଡାକିଥିଲେ, ତା’ହେଲେ ସ୍କୁଲ୍‌ କର୍ତ୍ତୃପକ୍ଷ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନା ନାହିଁ? ଏସବୁ ପ୍ରଶ୍ନର ଉତ୍ତର ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ କରିବା ଉଚିତ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zNaybGI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages