କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ବିବୃତ୍ତିକୁ ନେଇ ଭାରତରେ ଏକ ବିବାଦ ସୃଷ୍ଟି ହୋଇଛି। ରାହୁଲ ଗାନ୍ଧି ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ତେବେ କେମ୍ବ୍ରିଜ ବକ୍ତବ୍ୟରେ ରାହୁଲ ଗାନ୍ଧି ଚାଇନାକୁ ସମର୍ଥନ କରିଥିବା ବିଜେପି କହିଛି। ବିଜେପି କହିଛି ଯେ, କଂଗ୍ରେସ ଏବଂ ରାହୁଲ ଗାନ୍ଧି ହେଉଛନ୍ତି ଭାଇ ଭାଇ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ପ୍ରଥମେ ବିଦେଶୀ ଏଜେଣ୍ଟମାନେ ଆମକୁ ଟାର୍ଗେଟ କରନ୍ତି। ପରେ ଆମ ନିଜ ଦେଶର ଲୋକେ ଆମକୁ ବିଦେଶରେ ଟାର୍ଗେଟ କରନ୍ତି। ବିଦେଶୀ ମାଟିରେ ରାହୁଲ ଦେଶକୁ ଅପମାନିତ କରିଥିବା ସେ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧି ୟୁନାଇଟେଡ କିଙ୍ଗଡମର କେମ୍ବ୍ରିଜ ବିଜନେସ ସ୍କୁଲରେ ନିଜ ଟିପ୍ପଣି ରଖି ଦେଶକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ଶର୍ମା କହିଛନ୍ତି, ରାହୁଲ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ।
ଶର୍ମା ରାହୁଲଙ୍କ ଏହି ଟିପ୍ପଣିକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ନେତା ଭାରତ ଯୋଡୋ ଯାତ୍ରା ସମୟରରେ ଆତଙ୍କବାଦୀଙ୍କୁ ଦୂରରୁ ଦେଖିଥିଲେ ଓ ତାଙ୍କ ପାଖକୁ ଆସି ଜଣେ ବ୍ୟକ୍ତି ଆତଙ୍କବାଦୀଙ୍କ ଆଡକୁ ଇସାରା କରିଥିଲେ । ଶର୍ମା ଏବେ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ ଏ ସମ୍ପର୍କରେ ସୁରକ୍ଷା ଏଜେନ୍ସିକୁ କାହିଁକି ସୂଚନା ଦେଲେ ନାହିଁ । ସେ କହିଛନ୍ତି ରାହୁଲ ଗାନ୍ଧୀ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ‘କାର ବୋମା ଯେଉଁଥିରେ ୪୦ ସେନାଙ୍କ ମୃତ୍ୟୁ ହୋଇଥିବା’ କହିଥିଲେ ।
ଶର୍ମା କହିଛନ୍ତି ରାହୁଲ ଗାନ୍ଧୀ ଆମ ସେନାଙ୍କର ଅପମାନ କରିଛନ୍ତି । ହେଲେ ସେ ଏତେ ସାହସ କଲେ କେମିତି । ଏହା ବୋମା ନ ଥିଲା ବରଂ ଏକ ଆତଙ୍କବାଦୀ ଆକ୍ରମଣ ଥିଲା ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/81sQ54P
No comments:
Post a Comment