ବୋଲେରୋ-ମିନି ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 30, 2023

ବୋଲେରୋ-ମିନି ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୨ ଆହତ

କଳାହାଣ୍ଡି- କୋରାପୁଟ ରାସ୍ତାର ଆମପାଣି ଘାଟିରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଓ ମିନି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୧୨ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ କଳାହାଣ୍ଡି ଜିଲ୍ଲା କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏକ ବୋଲେରୋରେ ୧୨ ଜଣ ଯାତ୍ରୀ ଆନ୍ଧ୍ରପ୍ରଦେଶରୁ ଧର୍ମଗଡ଼ ଅଭିମୁଖେ ଆସୁଥିଲେ। ଏହି ସମୟରେ ଆମପାଣି ଘାଟିରେ ବୀପରିତ ଦିଗରୁ ଆସୁଥିବା ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବୋଲେରୋରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣାରେ ମିନି ଟ୍ରକ୍ ଡ୍ରାଇଭରର କିଛି ହୋଇ ନାହିଁଁ। ପୁଲିସ ମିନି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଓ  ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବୋଲେରୋର ସମ୍ମୁଖ ଅଂଶ ନଷ୍ଟ ହୋଇଯାଇଛି।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lXr3Paj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages