୬ ୱିକେଟରେ ଜିତିଲା ଲକ୍ଷ୍ନୌ ସୁପରଜାୟାଣ୍ଟସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 7, 2023

୬ ୱିକେଟରେ ଜିତିଲା ଲକ୍ଷ୍ନୌ ସୁପରଜାୟାଣ୍ଟସ

ଲକ୍ଷ୍ନୌ : ଆଜି ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ।

ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ବଡ଼ ସ୍କୋର କରିପାରିନଥିଲା। ରାହୁଲ ତ୍ରିପାଠୀ ୩୫ ରନ କରିଥିବାବେଳେ ଅନମୋଲପ୍ରିତ ସିଂ ୩୧ରନ କରିଥିଲେ। ସେହିପରି ଶେଷ ବେଳକୁ ଆସିଥିବା ଓବଦୁଲ ସମଦ ୨୧ରନ କରିଥିଲେ। ଅନ୍ୟମାନେ ବିଶେଷ ଭଲ ଖେଳି ନ ଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୧ ରନ୍ କରିଥିଲା।

ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୩ଟି, ଅମିତ ମିଶ୍ର ୨ଟି ଓ୍ୱିକେଟ, ୟସ୍ ଠାକୁର ଓ ରବି ବିଷ୍ଣୋୟୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପରଜାୟାଣ୍ଟସ ପକ୍ଷରୁ ସର୍ବାଧିକ ରନ୍ କେଏଲ୍‌ ରାହୁଲ (୩୫) ଓ କୁନାଲ ପାଣ୍ଡ୍ୟା (୩୪) କରିଥିଲେ। ଦଳ ୧୬ ଓଭରରେ ୫ ୱିକେଟ ହରାଇ ୧୨୭ ରନ୍ କରିଥିଲା।

ପ୍ରତିପକ୍ଷ ଦଳ ପକ୍ଷରୁ ଆଦିଲ ରସିଦ୍ ସର୍ବାଧିକ ୨ଟି ୱିକେଟ ପାଇଥିଲେ। ଭୁବନେଶ୍ୱର କୁମାର, ଫଜଲହକ୍ ଓ ଉମ୍ରାନ୍ ମଲିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2qu5yvF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages