ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ; ୩ ମୃତ, ୬ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 7, 2023

ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ; ୩ ମୃତ, ୬ ଗୁରୁତର

କଟକ ଜିଲ୍ଲା ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏକ ପିକ୍‌ଅପ୍‌ ପଛରୁ ପିଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ମହିଳା ଥିବା ଜଣାଯାଇଛି।  

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୭ ଜଣ ଶୁଖୁଆ ବେପାରୀ ପାରାଦୀପ ଅଭିମୁଖେ ଯାଉଥିଲେ। ଉକ୍ତ ଭ୍ୟାନ୍‌ ଆଗରେ ଡ୍ରାଇଭର ଓ ହେଲପର ଥିବା ବେଳେ ମହିଳା ଓ ପୁରୁଷ ଶୁଖୁଆ ବେପାରୀ ଗାଡ଼ି ଡାଲାରେ ବସିଥିଲେ। ଗାଡ଼ିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିଲା। ପିକ୍‌ଅପ୍‌ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକ୍‌ଅପ୍‌ ଭ୍ୟାନ୍‌ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ଗାଡ଼ିରେ ଥିବା ଲୋକେ ଛିଟିକି ଦୂରରେ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ୮ ଜଣ ଗୁରୁତର ହୋଇଥିଲେ ।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ ମହିଳା ଶୁଖୁଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବଡ଼ଚଣା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zHJhdye

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages