ସହଜରେ ଜିତିଗଲା ଚେନ୍ନାଇ ସୁପରକିଙ୍ଗସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 8, 2023

ସହଜରେ ଜିତିଗଲା ଚେନ୍ନାଇ ସୁପରକିଙ୍ଗସ୍‌

ମୁମ୍ବାଇ : ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳା ଯାଉଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ୍‌।

ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍‌ ଟସ ଜିତି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିଲା।

ମୁମ୍ବାଇର ଇଣ୍ଡିଆନ୍ସ ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ହେଲେ ଏହା ବେଶି ସମୟ ତିଷ୍ଠି ପାରି ନ ଥିଲା। ରୋହିତ ୨୧ରନ ଓ ଇଶାନ କିଷନ ୩୮ ରନ କରି ଆଉଟ ହୋଇଥିଲେ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। କାମେରନ ଗ୍ରୀନ ୧୨ ରନ ଓ ସୂର୍ଯ୍ୟକୁମାର ଯାଦବ ୧ ରନ କରି ଆଉଟ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ତିଲକ ବର୍ମା ୨୨ରନ, ଟିମ ଡେଭିଡଙ୍କ ୩୧ ରନ ଓ ହ୍ରିତିକ୍ ସୋକିନ ୧୮ରନ କରିଥିଲେ।

ଚେନ୍ନାଇ ସୁପାକିଙ୍ଗସ୍‌ ପକ୍ଷରୁ ଭଲ ବୋଲିଂର ପ୍ରଦର୍ଶନ କରି ରବୀନ୍ଦ୍ର ଜାଡ଼େଜା ୩ଟି ଓ୍ୱିକେଟ, ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ୱିକେଟ, ସିସାଣ୍ଡା ମାଗଲା ଗୋଟିଏ ଓ୍ୱିକେଟ ନେଇଥିଲେ।

ଚେନ୍ନାଇ ସୁପାକିଙ୍ଗସ୍‌ ୧୫୮ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା। ଦଳ ପକ୍ଷରୁ ଆଜିଙ୍କ୍ୟ ରାହାଣେ ବିସ୍ଫୋରକ ଇନିଂସ୍ ଖେଳି ୨୭ ବୋଲ୍‌ରେ ୬୧ ରନ୍‌(୩ ଛକା ୭ ଚୌକା) କରିଥିଲେ। ସେହିପରି ତାଙ୍କ ସାଥୀ ଦେଉଥିବା ଋତୁରାଜ ଗାଇକୱାଡ୍ ଅପରାଜିତ ୪୦ ରନ୍, ଶିବମ ଦୁବେ ୨୮ ରନ୍, ଅମ୍ବତି ରାୟୁଡ଼ୁ ଅପରାଜିତ ୨୦ ରନ୍ କରିଥିଲେ। ୧୮ ଓଭର ଗୋଟିଏ ବଲ୍‌ରେ ୩ ୱିକେଟ ହରାଇ ଦଳ ୧୫୯ ରନ୍ କରିଥିଲା। ଏଥିସହ ୧୧ଟି ବଲ୍ ପୂର୍ବରୁ ବିଜୟ ହାସଲ କରିଥିଲା।

ମୁମ୍ବାଇ ପକ୍ଷରୁ କୁମାର କାର୍ତ୍ତିକେୟ, ପିୟୁଷ ଚାୱଲା ଓ ଜାସନ୍ ବେହେରେନଡୋର୍‌ଫୋ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/y6zT0hi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages