‍ଭାରତରେ ସଂକ୍ରମଣ ବଢ଼ୁଛି, କିନ୍ତୁ ୟୁରୋପ ଓ ଆମେରିକା ତୁଳନାରେ ଭଲ ସ୍ଥିତିରେ ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 8, 2023

‍ଭାରତରେ ସଂକ୍ରମଣ ବଢ଼ୁଛି, କିନ୍ତୁ ୟୁରୋପ ଓ ଆମେରିକା ତୁଳନାରେ ଭଲ ସ୍ଥିତିରେ ଅଛି

ବିଗତ କିଛି ସପ୍ତାହ ହେଲାଣି ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ହେଲେ ଆମେରିକା ଓ ୟୁରୋପ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ ରହିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସ୍ଥିତି ଆଦୌ ଚିନ୍ତାଜନକ ନାହିଁ। ନ୍ୟୁଜିଲ୍ୟାଣ୍ଡ, ଫ୍ରାନ୍ସ, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରିଟେନ ଭଲି ଦେଶ ଠାରୁ ଭାରତରେ ସଂକ୍ରମଣ ସଂଖ୍ୟା ବେଶ କମ। 

ଭାରତରେ ପ୍ରତି ୧ ମିଲିନୟ ଅର୍ଥାତ ୧୦ ଲକ୍ଷ ଲୋକରେ ମାତ୍ର ୨ ଜଣ କରୋନାରେ ସଂକ୍ରମିତ ହେଉଛି। ହେଲେ ଆମେରିକା ଓ ୟୁରୋପରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏପ୍ରିଲ ୬ ସୁଦ୍ଧା ourworldindata.orgର ତଥ୍ୟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ପ୍ରତି ୧୦ ଲକ୍ଷ ଲୋକରେ ୨୯୩ ଜଣ କରୋନାରେ ସଂକ୍ରମିତ ହେଉଥିବା ବେଳେ ଫ୍ରାନ୍ସରେ ୧୨୬, ଦକ୍ଷିଣ କୋରିଆରେ ୧୬୩, ବ୍ରିଟେନରେ ୪୬ ଓ ଆମେରିକାରେ ଏହି ସଂଖ୍ୟା ୭୫ ରହିଛି। ଏହାକୁ ଦେଖିଲେ ଭାରତର ସ୍ଥିତି ସବୁଠାରୁ ଭଲ ଥିବା କୁହାଯାଇ ପାରେ।

କୋକିଲାବେନ ଅମ୍ବାନୀ ହସ୍ପିଟାଲର ଡାକ୍ତର ତନୁ ସିଙ୍ଘଲ କହିଛନ୍ତି, “ଆମେ ବର୍ତ୍ତମାନ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ପାଉଛେ। ହସ୍ପିଟାଲରେ ମଧ୍ୟ ଲୋକମାନେ ଭର୍ତ୍ତି ହେଉଛନ୍ତି। କିନ୍ତୁ ସଂଖ୍ୟାକୁ ଦେଖିଲେ, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ।” କିନ୍ତୁ ତାଙ୍କ ମତରେ ସଂଖ୍ୟା କମ ଆସିବା ପଛରେ ଟେଷ୍ଟିଂର ଭୂମିକା ମଧ୍ୟ ରହିଛି। ଏବେ ଭାରତରେ ଅପେକ୍ଷାକୃତ କମ ଟେଷ୍ଟିଂ ହେଉଛି। ସମ୍ଭବତଃ ଏହି କାରଣ ପାଇଁ ସଂଖ୍ୟା ମଧ୍ୟ କମ ଆସୁଥାଇ ପାରେ ବୋଲି ସେ ମତ ରଖିଛନ୍ତି।

ଲୋକମାନେ ଏବେ ନିଜ ଆଡ଼ୁ ଟେଷ୍ଟ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଯେଉଁମାନେ ଟେଷ୍ଟ କରୁଛନ୍ତି, ସେମାନଙ୍କ ଶରୀରରେ ମଧ୍ୟମ ଧରଣର ଲକ୍ଷ୍ୟଣ ଦେଖାଯାଉଛି। ତେଣୁ ପୂର୍ବଭଳି ଟେଷ୍ଟିଂ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ଡାକ୍ତର ରାହୁଲ ପଣ୍ଡିତ କହିଛନ୍ତି। ବିଭିନ୍ନ ରାଜ୍ୟରେ ଟେଷ୍ଟିଂ କମ ହେଉଥିବାରୁ କେନ୍ଦ୍ର ସରକାର ଏହାର ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି। ବିଶେଷ କରି ରାପିଡ ଆଣ୍ଟିଜେନ ଟେଷ୍ଟ ବଦଳରେ ଆରଟିପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞଙ୍କ ମତରେ ଏବେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ଆତଙ୍କିତ ହେଉଛନ୍ତି। ଏହାର କାରଣ ହେଲା କରୋନା ଏକପ୍ରକାରର ଚାଲି ଯାଇଥିବା ସେମାନେ ଭାବୁଥିଲେ। ପୂର୍ବରୁ ଅନେକ ଦେଶରେ କରୋନା ସଂକ୍ରମଣ ରେକର୍ଡ କରାଯାଉଥିବା ବେଳେ ଭାରତରେ ବହୁତ କମ ଲୋକ ଆକ୍ରାନ୍ତ ହେଉଥିଲେ।

୨୦୨୨ ଜୁଲାଇ ସ୍ଥିତିକୁ ଦେଖିଲେ ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ଅଧିକ ଲୋକ ସଂକ୍ରମିତ ହେଉଥିଲେ। କିନ୍ତୁ ଲୋକମାନେ ଅଧିକ ଅସୁସ୍ଥ ହେଉ ନଥିଲେ କିମ୍ବା ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ି ନଥିଲା। ଏହି କାରଣରୁ ଲୋକମାନେ କରୋନାର ଭୟକୁ ଏକପ୍ରକାରର ଭୁଲି ଯାଇଥିଲେ। କିନ୍ତୁ ଏବେ ହଠାତ୍‌ ସଂକ୍ରମଣ ବଢ଼ିବାରୁ ଲୋକମାନେ ଆତଙ୍କିତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GzpxSeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages