ବ୍ୟାନ ହୋଇଥିବା ପିଏଫଆଇର ଆଉ ୨ ସଦସ୍ୟ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 8, 2023

ବ୍ୟାନ ହୋଇଥିବା ପିଏଫଆଇର ଆଉ ୨ ସଦସ୍ୟ ଗିରଫ

ଦେଶ ବିରୋଧୀ କାର୍ଯ୍ୟ ପାଇଁ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଆଉ ଦୁଇ ବରିଷ୍ଠ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ୍‌। ଏହି ଦୁଇ ବ୍ୟକ୍ତି ପିଏଫଆଇର ଆସାମ ୟୁନିଟ ପାଇଁ କାମ କରୁଥିଲେ। ଉଭୟଙ୍କୁ ବାରପେଟା ଅଞ୍ଚଳରୁ ପୁଲିସ୍‌ ଗିରଫ କରିଛି।

ଗିରଫ ହୋଇଥିବା ଅବୁ ସାମା ପିଏଫଆଇର ଆସାମ ୟୁନିଟ ସଭାପତି। ସେହିପରି ଗିରଫ ଜାକିର ହୁସେନ ରାଜ୍ୟ ସମ୍ପାଦକ ଭାବେ ସଂଗଠନ ପାଇଁ କାମ କରୁଥିଲେ। ଏମାନଙ୍କ ବ୍ୟତୀତ ନିଷିଦ୍ଧ ହୋଇଥିବା କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ(ସିଏଫଆଇ)ର ଶାହିଦୁଲ ଇସଲାମକୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ଗିରଫ ବ୍ୟକ୍ତିମାନଙ୍କ ଠାରୁ ପୁଲିସ୍‌ ୧.୫ ଲକ୍ଷ ନଗଦ ଟଙ୍କା, ୪ଟି ମୋବାଇଲ ଫୋନ ଓ ଦୁଇ ବ୍ୟାନ ସଂଗଠନର କିଛି ପୋଷ୍ଟର ଜବତ କରିଛି। ଏବେ ସେମାନଙ୍କ ସହ ଆଉ କେଉଁମାନେ ସବୁ ରହିଛନ୍ତି, ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି। ବେଆଇନ କାର୍ଯ୍ୟକଳାପ ପାଇଁ କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବର ମାସରେ ପିଏଫଆଇକୁ ବ୍ୟାନ କରିଥିଲେ।

ପିଏଫଆଇ ଓ ଏହା ସହ ଜଡ଼ିତ ସଂଗଠନ ଗୁଡ଼ିକ ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଶାନ୍ତି ପାଇଁ ବିପଦ ସୃଷ୍ଟି କରୁଛନ୍ତି। ସେମାନେ ସାଂପ୍ରଦାୟିକ ଭାଇଚାରକୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ଅପରାଧିକ କାର୍ଯ୍ୟକଳାପ ଓ ହତ୍ୟା ଘଟଣାରେ ମଧ୍ୟ ସଂଗଠନର ସଦସ୍ୟମାନେ ସାମିଲ ଥିବା ପ୍ରମାଣ ମିଳିଛି। ତେଣୁ ସଂଗଠନକୁ ବ୍ୟାନ କରାଯାଉଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଥିଲା।

ପିଏଫଆଇ ବ୍ୟତୀତ ଏହା ସହ ଜଡ଼ିତ ଆରଆଇଏଫ, ସିଏଫଆଇ, ଏଆଇଆଇସି, ଏନସିଏଚ୍‌ଆରଓ, ଏନଡବ୍ଲ୍ୟୁଏଫ, ଜେଏଫ ଭଳି ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗା ଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zMbfcK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages