୧୦ ହଜାର ଡେଇଁଲା କରୋନାର ଦୈନିକ ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 13, 2023

୧୦ ହଜାର ଡେଇଁଲା କରୋନାର ଦୈନିକ ସଂକ୍ରମଣ

ଦେଶରେ ଦୈନିକ କୋରନା ସଂକ୍ରମଣ ୧୦ ହଜାର ଟପିଲା। ଗତ ୨୪ ଘଣ୍ଟାରେ ଦେଶରେ ୧୦,୧୫୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ମାସରେ ଏହା ହେଉଛି ସର୍ବାଧିକ।

୧୦,୧୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଏବେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ୪୪,୯୯୮କୁ ବୃଦ୍ଧି ପାଇଛି। ତେବେ ବିଶେଷଜ୍ଞମାନଙ୍କ କହିବା କଥା ଏହା କରୋନାର ଏକ ‘ଫ୍ରେଶ ୱେଭ’ ଭଳି ଲାଗୁ ନାହିଁ। ଏହା ଏକ ‘ଏଣ୍ଡେମିକ ସାଇକେଲ୍’ ଭଳି ଲାଗୁଛି। ଆଉ ୧୦/୧୨ ଦିନ ପର୍ଯ୍ୟନ୍ତ ସଂକ୍ରମଣ ହାର ବଢ଼ିବ। ତା’ପରେ ଏହା ଧୀରେ ଧୀରେ ହ୍ରାସ ପାଇବ। ସଂକ୍ରମଣ ବଢ଼ିବା ସତ୍ତ୍ୱେ ବହୁତ କମ୍ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆଶା କରାଯାଉଛି ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିବ।

ଏବେ XBB.1.16 ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। XBB.1.16 ହେଉଛି ଓମିକ୍ରନର ଏକ ସବ୍-ଭେରିଏଣ୍ଟ।

ବୁଧବାର (ଗତକାଲି) ଆସିଥିବା ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ୭,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହା ଗତ ୨୨୩ ଦିନରେ ସର୍ବାଧିକ ଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yuUrfK7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages