ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲା, ଛୋଟ ପିଲା ସହ ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 2, 2023

ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲା, ଛୋଟ ପିଲା ସହ ୩ ମୃତ

ଟ୍ରେନ ଭିତରେ ଘଟିଛି ଭୟଙ୍କର ଘଟଣା। ସାମାନ୍ୟ ପାଟିତୁଣ୍ଡ ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦେଇଛି ଜଣେ ଯୁବକ। ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ସେମାନଙ୍କୁ ପୋଡ଼ି ମାରିବାକୁ ଚେଷ୍ଟା କରିଥିବା ଯୁବକ ଜଣକ କିନ୍ତୁ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏଥିରେ ଜଣେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଟ୍ରେନ ବଗିରେ ନିଆଁ ଲାଗି ଯିବା ଯୋଗୁ ଆଉ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି।

କେରଳରୁ ଏପରି ଘଟଣା ଘଟିଥିବା ବେଳେ ଏହା କୌଣସି ଆତଙ୍କୀ କାର୍ଯ୍ୟକଳାପ ହୋଇଥାଏ ପାରେ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଛି। ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ପୂରା ଘଟିଥିଲା। ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା। ଏହାପରେ ଏହା ପଛର କାରଣ ସାମ୍ନାକୁ ଆସିଛି।

ପୁଲିସ୍‌ ତଦନ୍ତ ବେଳେ ଜଣେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତଦେହ ରେଳ ଟ୍ରାକ୍‌ରୁ ଉଦ୍ଧାର କରିଛି। ଘଟଣା ଘଟିବାର ୪ ଘଣ୍ଟା ପରେ ଇଲାଥୁର ଷ୍ଟେସନ ନିକଟରୁ ସେମାନଙ୍କ ମୃତଦେହ ମିଳିଛି। ନିଆଁ ଲାଗିବା ଯୋଗୁ ସେମାନେ ଭୟରେ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ହେଲା ତୌଫିକ ଓ ରେହାନା। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନି।

ପୁଲିସ୍‌ ଘଟଣା ପଛରେ ଆତଙ୍କୀ ଦିଗ ଆଶଙ୍କାକୁ ଅଗ୍ରାହ୍ୟ କରିନି। କାରଣ ଟ୍ରାକ୍‌ରୁ ଗୋଟିଏ ବୋତଲ ପେଟ୍ରୋଲ ଓ ୨ଟି ମୋବାଇଲ ଫୋନ ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା, ନିଆଁ ଲାଗିବା ଯୋଗୁ ଟ୍ରେନଟି କୋରାଫୁଜା ନଦୀ ଉପରେ ଥିବା ବ୍ରିଜ୍‌ ଉପରେ ରହିଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍‌ ଏହା ମଧ୍ୟରୁ ତଳକୁ ଡେଇଁଥିଲା।

ସେଠାରେ ପୂର୍ବରୁ ବାଇକ ଯୋଗେ ଅପେକ୍ଷା କରିଥିବା ଲୋକ ସହ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେଣୁ ଯୋଜନାବଦ୍ଧ ଭାବେ ସବୁ କରାଯାଇଥିବା ପ୍ରତ୍ୟେକ୍ଷଦର୍ଶୀମାନେ ଆଶଙ୍କା କରିଛନ୍ତି। ପୁଲିସ୍‌ ସିସିଟିଭିରୁ ଅଭିଯୁକ୍ତ ଯୁବକର ଫଟୋ ପାଇଛି। ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ଆହତ ହୋଇଥିବା ଜଣେ ବ୍ୟକ୍ତି ପୁଲିସ୍‌କୁ କହିଛନ୍ତି, ଯୁବକ ଜଣକ ନିଜ ପାଖରେ କିଛି ଦହନଯୁକ୍ତ ଜିନିଷ ରଖିଥିଲା। ସେ କିଛି ଯାତ୍ରୀଙ୍କ ସହ ପାଟିତୁଣ୍ଡ କରିବା ପରେ ନିଜ ପାଖରେ ରଖିଥିବା ଜନିଷକୁ ସେମାନଙ୍କ ଉପରେ ଢାଳି ଦେଇଥିଲା। ଏହାପରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଇଲାଥୁର ଓ କୋୟିଲାଣ୍ଡି ରେଳ ଷ୍ଟେସନ ମଧ୍ୟରେ ପୂରା ଘଟଣା ଘଟିଥିଲା ବୋଲି ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/updN1Gt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages