ମୁମ୍ବାଇ ବିପକ୍ଷରେ ଆରସିବିର ଏକତରଫା ବିଜୟ, ଗର୍ଜିଲା ଡୁପ୍ଲେସିସି ଓ ବିରାଟଙ୍କ ବ୍ୟାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 2, 2023

ମୁମ୍ବାଇ ବିପକ୍ଷରେ ଆରସିବିର ଏକତରଫା ବିଜୟ, ଗର୍ଜିଲା ଡୁପ୍ଲେସିସି ଓ ବିରାଟଙ୍କ ବ୍ୟାଟ

ଦୀର୍ଘ ୪ ବର୍ଷ ପରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ଆଇପିଏଲ ଫେରିଥିବା ବେଳେ ଦମଦାର ବିଜୟ ହାସଲ କରିଛି ଘରୋଇ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଆଇପିଏଲ ୨୦୨୩ରେ ନିଜର ପ୍ରଥମ ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଆରସିବି। ରବିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ଘରୋଇ ଟିମ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଏକତରଫା ଭାବେ ପରାସ୍ତ କରିଛି।

ଅଧିନାୟକ ଫାଫ ଡୁପ୍ଲେସିସି ଓ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ବଳରେ ଆରିସିବି ପ୍ରତିପକ୍ଷ ମୁମ୍ବାଇ ଦେଇଥିବା ୧୭୨ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨ ୱିକେଟ ହରାଇ ୨୨ ବଲ ପୂର୍ବରୁ ହାସଲ କରି ନେଇଛି। ଡୁପ୍ଲେସିସି ୪୩ ବଲରେ ୭୩ ଓ ବିରାଟ କୋହଲି ୪୯ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିଛନ୍ତି। ଗୁରୁତ୍ୱପୂର୍ଣ୍ଣ ୭୩ ରନର ଇନିଂସ ଖେଳିଥିବା ଡୁପ୍ଲେସିସିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଈଶାନ କିଶନ ୧୦, ରୋହିତ ଶର୍ମା ୧, ସୂର୍ଯ୍ୟ କୁମାର ଯାଦବ ୧୫ ଓ କାମେରନ ଗ୍ରୀନ ୫ ସମସ୍ତଙ୍କୁ ନିରାଶ କରିଥିଲେ। ୪୮ ରନରେ ଦଳ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଦୁଇ ଯୁବ ବ୍ୟାଟର ତିଲକ ବର୍ମା ଓ ନେହାଲ ୱାଧେରା ସ୍ଥିତି ସମ୍ଭାଳିବା ସହ ୫ମ ୱିକେଟ ପାଇଁ ୫୦ ରନ ଯୋଡ଼ିଥିଲେ।

ଦଳୀୟ ସ୍କୋର ୯୮ ଥିବା ବେଳେ ୱାଧେରା(୧୨ ବଲରେ ୨୧ ରନ୍‌) ବଡ଼ ଶଟ ଖେଳିବା ଲୋଭରେ କରନ ଶର୍ମାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଟିମ ଡାଭିଡ ୪ ଓ ହ୍ରିତିକ ଶୋକୀନ କେବଳ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ତିଲକ ହାର ମାନି ନଥିଲେ। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ତାଙ୍କୁ ଅର୍ଶଦ ଖାନ ଭୂରପୂର ସାଥ ଦେଇଥିଲେ। ଉଭୟ ଶେଷ ଯାଏ ଅପରାଜିତ ରହିବା ସହ ମୁମ୍ବାଇକୁ ସମ୍ମାନ ଜନକ ୧୭୧ ରନରେ ପହଞ୍ଚାଇଥିଲେ। ତିଲକ ୪୬ ବଲରେ ୮୪ ଓ ଖାନ ୯ ବଲରେ ଅପରାଜିତ ୧୫ ରନ କରିଥିଲେ। ବର୍ମା ତାଙ୍କ ଇନିଂସରେ ୯ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଏହି ଇନିଂସ ଯୋଗୁ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା।

୧୭୨ ରନର ଟାର୍ଗେଟ ପାଇଥିବା ଆରସିବି ପ୍ରଥମ ୨ ଓଭର ବେଶ ସତର୍କତାର ସହ ଖେଳିଥିଲା। ହେଲେ ଏହାପରେ ବିରାଟ ଓ ଡୁପ୍ଲେସିସି ଗିୟର ବଦଳାଇବା ସହ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲା। ମୁମ୍ବାଇ ଅଧିନାୟକ ରୋହିତ ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବୋଲିଂ ଏଣ୍ଡରେ ବାରମ୍ବାର ପରିବର୍ତ୍ତନ କରୁଥିଲେ ହେଁ କୌଣସି ସୁଫଳ ମିଳି ନଥିଲା।

ବିରାଟ ଓ ଡୁପ୍ଲେସିସି ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୧୪୮ ରନ ଯୋଡ଼ିଥିଲେ। ଏଥିସହ ମୁମ୍ବାଇ ହାତରୁ ମ୍ୟାଚ୍‌କୁ ସଂପୂର୍ଣ୍ଣ ଭାବେ ଛଡ଼ା ଆଣିଥିଲେ। ଦଳୀୟ ସ୍କୋର ୧୪୮ ଥିବା ବେଳେ ଡୁପ୍ଲେସିସି ୭୩ ରନ କରି ଡେବ୍ୟୁଟାଣ୍ଟ ଅର୍ଶଦ ଖାନଙ୍କ ବଲରେ ଆଉଟ ହୋଇଥିଲେ। ପ୍ରମୋସନ ପାଇ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦୀନେଶ କାର୍ତ୍ତିକ ଶୀଘ୍ର ମ୍ୟାଚ ଶେଷ କରିବା ଲକ୍ଷ୍ୟରେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ କାମେରନ ଗ୍ରୀନ ଖାତା ଖୋଲିବାକୁ ଦେଇ ନଥିଲେ।

ଗ୍ଲେନ ମ୍ୟାକ୍ସୱେଲ କିନ୍ତୁ ଗ୍ରୀନଙ୍କୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ସ୍ଥିତିକୁ ଓଲଟାଇ ଦେଇଥିଲେ। ଦଳକୁ ଜିତିବା ପାଇଁ ୬ ରନ ଦରକାର ଥିବା ବେଳେ ବିରାଟ ଦମଦାର ଷ୍ଟାଇଲରେ ଛକା ମାରି ବିଜୟ ଭେଟି ଦେଇଥିଲେ। ବିରାଟ ଶେଷ ଯାଏ ୪୯ ବଲରେ ଅପରାଜିତ ୮୨ ରନ କରି କ୍ରିଜରେ ରହିଥିଲେ। ଏହି ଇନିଂସରେ ସେ ୫ଟି ଛକା ଓ ଓ ୬ଟି ଚୌକା ମାରିଛନ୍ତି। ସେହିପରି ମ୍ୟାକ୍ସୱେଲ ୩ ବଲରେ ୧୨ ରନ କରି ଶେଷ ଯାଏ ବିରାଟଙ୍କ ସହ ରହିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tfUHDAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages