ଜାଲ ସାର୍ଟିଫିକେଟ ମାମଲା: କୋର୍ଟରେ ହାଜର ପୂର୍ବରୁ ଆଇସିୟୁରେ ଆଲୋକ ଉଦଗାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 8, 2023

ଜାଲ ସାର୍ଟିଫିକେଟ ମାମଲା: କୋର୍ଟରେ ହାଜର ପୂର୍ବରୁ ଆଇସିୟୁରେ ଆଲୋକ ଉଦଗାତା

 କୋର୍ଟରେ ହାଜର ହେବା ପୂର୍ବରୁ ଗୁରୁତର ହୋଇ ପଡ଼ିଛନ୍ତି ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାର ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦଗାତା । ଗତ ରାତିରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି।

ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତ ଆଲୋକ ଉଦଗାତା, ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କ ରିମାଣ୍ଡ ଆଜି ସରୁଛି । ତେଣୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରିବ। ଏହା ପୂର୍ବରୁ ଗତ ରାତିରେ ପଚରାଉଚରା ବେଳେ ଅସ୍ୱସ୍ତିକର ଅନୁଭବ କରିଥିଲେ ଆଲୋକ ଉଦଗାତା । ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ରକ୍ତଚାପ ବଢ଼ି ଯାଇଥିବା ଜଣାଯାଇଛି। ସେଠାରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। 

ଜାଲ ସାର୍ଟିଫିକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସଂପତ୍ତି ଗତକାଲି ଆଟାଟ୍ କରିଛି କ୍ରାଇମବ୍ରାଞ୍ଚ। କେଉଁ କୋର୍ଟଙ୍କ ଅନୁମତି ଆଧାରରେ ସମ୍ପତ୍ତି ସିଜ୍ କରିଛି କ୍ରାଇମବ୍ରାଞ୍ଚ, ସେନେଇ ସ୍ପଷ୍ଟ ହୋଇନାହିଁ। ତେବେ ଜବତ ସମ୍ପତ୍ତି ମଧ୍ୟରେ ମନୋଜ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ୪ଟି ପ୍ଲଟ ଥିବା ଜଣାଯାଇଛି। 

ଜାଲ ସାର୍ଟିଫିକେଟ ମାମଲାକୁ ନେଇ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ହୋଇଥିବା ବେଳେ ବଲାଙ୍ଗିରରେ ଥିବା ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରୁ ହିଁ ଏହି ନକଲି ସାର୍ଟିଫିକେଟ ରାକେଟ ଚାଲୁଥିବା ସ୍ପଷ୍ଟ ହୋଇ ସାରିଛି । ଲକ୍ଷ ଲକ୍ଷ ଟଙ୍କା ନେଇ ରାଜ୍ୟ ବାହାରର ୟୁନିଭରସିଟି ଓ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ ମନୋଜ ମିଶ୍ର ଦେଉଥିଲେ ବୋଲି ଅଭିଯୋଗ ରହିଛି। ଏହାର ଚେର ବାହାର ରାଜ୍ୟକୁ ଲମ୍ବିଥିବା ଅନୁମାନ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ନିମନ୍ତେ ରାଜ୍ୟ ବାହାରକୁ ଖୁବ୍‌ ଶୀଘ୍ର ଯିବ ବୋଲି ଜଣାଯାଇଛି।

ପ୍ରଥମେ ଡାକ ବିଭାଗର ନିଯୁକ୍ତିରେ ଏହାର ସନ୍ଧାନ ମିଳିବା ପରେ ସାରା ରାଜ୍ୟରେ ଏହି ଖବରକୁ ନେଇ ହୁଲସ୍ତୁଲ ହୋଇଥିଲା । ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ଏହାର ତଦନ୍ତ କରୁଛି ।

ପ୍ରଥମେ ବଲାଙ୍ଗିର ପୁଲିସ୍‌ ଏହି ମାମଲାର ତଦନ୍ତ କରି ୧୯ ଜଣଙ୍କୁ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କଲେ ଗିରଫଦାରୀ ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗିରଫଦାରୀ ସଂଖ୍ୟା କିଛି ବି ବଢ଼ିନି। ତଦନ୍ତରେ ବିଳମ୍ବ ହେଲେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାରେ ସଫଳ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ରିପୋର୍ଟ: ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IUkhpBl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages