ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁରୀ ପୁଲିସ୍। ସେମାନଙ୍କ ଠାରୁ ୩ଟି ବନ୍ଧୁକ, ୧୦ଟି ଗୁଳି, ଛୁରୀ ଓ ୪ଟି ମୋବାଇଲ ଜବତ କରାଯାଇଛି।
ଗିରଫ ଅପରାଧୀମାନେ ହେଉଛନ୍ତି, ନରସିଂହବଲ୍ଲଭ ପାଟଣାର ମନୋରଞ୍ଜନ ମହାନ୍ତି (୩୮), ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ (୩୨), ପୁରୀ କୁମ୍ଭାରପଡ଼ାର ମିଲନ ମିଶ୍ର, ଦୀପକ ସୌରା (୩୨) ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ।
ଏମାନେ ସମସ୍ତେ ପୁରୀ ତାଳବଣିଆ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ଆଉ ଗୁଇନ୍ଦା ରିପୋର୍ଟ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।
ଗିରଫ ଅପରାଧୀମାନେ ବନ୍ଧୁକ କେଉଁଠାରୁ ଆଣିଲେ, ସେ ନେଇ ତଦନ୍ତ ହେବ ବୋଲି ପୁରୀ ଏସ୍ପି କହିଛନ୍ତି। ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NUsa32k
No comments:
Post a Comment