ଆଇଆଇଟି ଛାତ୍ରଙ୍କ ମୃତଦେହର ହେବ ପୁନଃ ବ୍ୟବଚ୍ଛେଦ, ୭ ମାସ ପରେ ବାହାରିବ ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 26, 2023

ଆଇଆଇଟି ଛାତ୍ରଙ୍କ ମୃତଦେହର ହେବ ପୁନଃ ବ୍ୟବଚ୍ଛେଦ, ୭ ମାସ ପରେ ବାହାରିବ ଶବ

‘ମୃତ୍ୟୁର ୭ ମାସ ପରେ ଆଇଆଇଟି ଛାତ୍ରଙ୍କ ମୃତଦେହକୁ ମାଟି ଖୋଳି ବାହାର କରାଯିବ। ଦ୍ୱିତୀୟ ଥର ହେବ ବ୍ୟବଚ୍ଛେଦ।’ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ।

ଫୈଜାନ ଅହମଦ ନାମକ ଛାତ୍ର ଆଇଆଇଟି ଖଡଗପୁରରେ ତୃତୀୟ ବର୍ଷ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଥିଲେ। ଗତବର୍ଷ ଅକ୍ଟୋବର ୧୪ରେ ତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ଊଦ୍ଧାର ହୋଇଥିଲା। ଏହା ଏକ ଆତ୍ମହତ୍ୟାଜନିତ କେସ୍‌ ବୋଲି କଲେଜ କର୍ତ୍ତୃପକ୍ଷ କହିଥିବା ବେଳେ ପରିବାର ଲୋକେ ଏହାକୁ ଗ୍ରହଣ କରି ପାରି ନ ଥିଲେ। ରାଗିଂ ଯୋଗୁ ପିଲାଟିକୁ ଅତ୍ୟଧିକ ପିଟି ପିଟି ମାରି ଦେଇଥିବା ଓ ପରେ ମୃତଦେହକୁ ରୁମ୍‌ରେ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ନ୍ୟାୟ ପାଇଁ ସେମାନେ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋଲକତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏହାର ପୁନଃ ଶୁଣାଣି ନିମନ୍ତେ ପୁଣି ଥରେ ଫୈଜାନଙ୍କ ମୃତଦେହର ବ୍ୟବଚ୍ଛେଦ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଫୈଜାନଙ୍କ ମୃତଦେହକୁ ଆସାମର ଦିବ୍ରୁଗଡ଼ରେ ସମାଧି ଦିଆଯାଇଛି। ତେଣୁ ସେଠାରୁ ସମାଧି ଖୋଳି ଫୈଜାନଙ୍କ ମୃତଦେହକୁ କୋଲକତା ଅଣାଯାଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ୍‌ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେଣୁ ମାସେ ମଧ୍ୟରେ ଏହାର ଶବ ବ୍ୟବଚ୍ଛେଦ ରିପୋର୍ଟ ବାହାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୃତଦେହର ମୁଣ୍ଡ ପଛ ପଟେ ଗଭୀର ଚୋଟ ଥିବା ବେଳେ ହାତର ଶୀରା କଟା ଯାଇଥିଲା। ତେଣୁ ରାଗିଂ କରି ଫୈଜନଙ୍କୁ ହତ୍ୟା କରାଯିବା ପରେ ତାହାକୁ ଆତ୍ମହତ୍ୟା ରୂପ ଦେବାକୁ ଯାଇ ତାଙ୍କ ହାତ କଟା ଯାଇଛି ବୋଲି ପରିବାର ଲୋକେ କୋର୍ଟ ସମ୍ମୁଖରେ କହିଛନ୍ତି।

ପୂର୍ବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସମ୍ପର୍କରେ କିଛି କୁହାଯାଇ ନ ଥିବା ବେଳେ ପୁଅ ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ହଟାଇବାକୁ ପୈଜନଙ୍କ ମା’ ନିବେଦନ କରିଛନ୍ତି।

ଏହା ଏକ ରାଗିଂ କେସ୍‌ ବୋଲି ସଫା ସଫା ଜଣାପଡ଼ୁଥିବା କହି ଆଇଆଇଟି ଖଡଗପୁର କଲେଜ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ଏଥିସହ ରାଗିଂ ରୋକିବାକୁ କ’ଣ ପଦକ୍ଷେପ ନେଉଛ ବୋଲି ପଚାରିଛନ୍ତି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Tj6RNEh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages