ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ବେଳେ ଛତିଶଗଡ଼ ଦେଖାଇଛି ଚାଲାକି। ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଦେଖିଦେବ ଟ୍ରିବ୍ୟୁନାଲ ଟିମ୍ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଖୋଲିଦେଲା ଛତିଶଗଡ଼।
କଲମା ବ୍ୟାରେଜ ର ମୋଟ ୬୬ଟି ଗେଟ୍ ଥିବାବେଳେ ୧୭ଟି ଗେଟ ଖୋଲାଯାଇଛି। ଏକଥାକୁ ସତ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ । ତେବେ କଲମା ବ୍ୟାରେଜ କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି। ତେବେ ୧୭ଟି ଗେଟ୍ଦେଇ କେତେ ପରିମାଣର ପାଣି ବାହାରୁଛି ସେ ନେଇ ମଧ୍ୟ କୌଣସି ତଥ୍ୟ ନାହିଁ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି।
ଅଣମୌସୁମୀ ସମୟରେ କଲମା ବ୍ୟାରେଜର ଗେଟ୍ ଖୋଲାଯିବା ପଛରେ ଛତିଶଗଡର ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ୨୯ ତାରିଖରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତରେ ଆସୁଥିବାରୁ ତାହାକୁ ଦୃଷ୍ଟିରେରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଆଲୋଚନା ହେଉଛି। ତେବେ ୧୭ଟି ଗେଟ୍ ଦେଇ, ଯେତିକି ପରିମାଣର ଜଳ ନିଷ୍କାସିତ ହେଉଛି, ତାହା ହୀରାକୁଦ ଡ୍ୟାମର ଜଳ ସ୍ତର ବୃଦ୍ଧି କରିବାରେ କିଛି ସହାୟକ ହେବନାହିଁ ବୋଲି ସୂଚନା ମିଳିଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/w3IatxG
No comments:
Post a Comment