ପାକିସ୍ତାନ ସ୍ଥିତି ଅସମ୍ଭାଳ; ଆଡଭାଇଜରି ଜାରି କଲେ ବ୍ରିଟେନ, ଆମେରିକା ଓ କାନାଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 10, 2023

ପାକିସ୍ତାନ ସ୍ଥିତି ଅସମ୍ଭାଳ; ଆଡଭାଇଜରି ଜାରି କଲେ ବ୍ରିଟେନ, ଆମେରିକା ଓ କାନାଡ଼ା

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପାକିସ୍ତାନରେ ଆରମ୍ଭ ହୋଇଥିବା ହିଂସାତ୍ମକ ଘଟଣା ଉଗ୍ର ହେବାକୁ ଲାଗିଥିବା ବେଳେ ଏହା ଉପରେ ନଜର ରଖିଛନ୍ତି ବିଶ୍ୱର ବହୁ ଦେଶ। ଏପରିକି ଏପରି ସମୟରେ ସେଠାରେ ଫସି ରହିଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଆମେରିକା, ବ୍ରିଟେନ ଓ କାନାଡ଼ା ।

ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଜାରି ସତର୍କତା ସୂଚନାରେ ନିଜ ନାଗରିକଙ୍କୁ ଅତ୍ୟଧିକ ସତର୍କ ରହିବା ସହ ଭିଡ଼କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏପରିକି ବ୍ୟକ୍ତିଗତ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ନିଜ ପରିଚୟପତ୍ର ପାଖରେ ରଖିବା ଓ ଆଖପାଖର ଖବର ଜାଣିବାକୁ ସ୍ଥାନୀୟ ମିଡିଆ ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହ ଆଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ସମଗ୍ର ବିଶ୍ୱରେ ଆମେ ଲୋକତାନ୍ତ୍ରିକ ବ୍ୟବସ୍ଥା ସହ ଆଇନ୍‌ର ଶାସନ ଲାଗୁ କରାଯାଉ ବୋଲି ଆହ୍ୱାନ ଦେଉଛୁ। ଆମେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରତି କୌଣସି ଟିପ୍ପଣୀ ଦେବାକୁ ଚାହୁଁନୁ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

ବ୍ରିଟେନ ପକ୍ଷରୁ ଜାରି ଆଡଭାଇଜାରୀରେ କୁହାଯାଇଛି, ପାକିସ୍ତାନରେ ବିରୋଧ ପ୍ରଦର୍ଶନ କେବେ ବି ଉଗ୍ର ରୂପ ଧାରଣ କରିପାରେ। ଫଳରେ ସ୍ଥିତି ଅଣାୟତ୍ତ ହୋଇପାରେ। ଏପରି ସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ।

ପାକିସ୍ଥାନ ସ୍ଥିତି କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି। ତେଣୁ ସେଠାରେ ଆତଙ୍କବାଦୀ, ନାଗରିକ ଅଶାନ୍ତି, ସାମ୍ପ୍ରଦାୟିକ ହିଂସା ଓ ଅପହରଣର ଆଶଙ୍କା ଥିବାରୁ ଖୁବ୍‌ ସତର୍କତାର ସହ ରହିବାକୁ କାନାଡ଼ା ନିଜ ନାଗରିକଙ୍କୁ ଉପଦେଶ ଦେଇଛି।

ସୂଚନାଯୋଗ୍ୟ, ଗତକାଲି ଇମ୍ରାନ ଖାନ ଗୋଟିଏ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ପରିସରରୁ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ଆରମ୍ଭ କରିଥିବା ବେଳେ ଭଙ୍ଗାରୁଜା ସହ ବ୍ୟାପକ ଜଳାପୋଡ଼ା ଜାରି ରଖିଛନ୍ତି। ଇମ୍ରାନଙ୍କ ହଜାର ହଜାର ସମର୍ଥକ ଆର୍ମି ମୁଖ୍ୟାଳୟକୁ ପଥର ମାଡ଼ କରିବା ସହ ଲାହାରୋ କ୍ୟାଣ୍ଟନମେଣ୍ଟରେ ଥିବା କ୍ରପ୍ସ କମାଣ୍ଡମାନଙ୍କ ଘର ଭିତରକୁ  ପ୍ରବେଶ କରି ଲଙ୍କାକାଣ୍ଡ ଘଟାଇଛନ୍ତି। ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ଠାରୁ ଆରମ୍ଭ କରି ପାଣି ମାଡ଼ କରିଥିଲେ ବି ଏହା ଅଧିକ ତୀବ୍ର ହେବାରେ ଲାଗିଛି। ଫଳରେ ସମଗ୍ର ଦେଶରେ ୧୪୪ ଧାରା ଲାଗୁ ହେବା ସତ୍ତ୍ୱେ ସ୍ଥିତି ସୁଧୁରିବା ନାଁ ଧରୁନି।

ସମଗ୍ର ଦେଶ ହିଂସାର ନିଆଁରେ ଜଳୁଥିବା ବେଳେ ପାକିସ୍ତାନରେ ସୋଶାଲ ମିଡିଆ ସାଇଟ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଫେସବୁକ୍‌, ଟ୍ୱିଟର, ହ୍ୱାଟ୍ସଆପ୍‌କୁ ସମଗ୍ର ଦେଶରେ ବ୍ୟାନ୍‌ କରାଯିବା ସହ ମୋବାଇଲ ବ୍ରଡବ୍ୟାଣ୍ଡ ସେବାକୁ ବନ୍ଦ କରି ଦିଆଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nHz3rSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages