କଟକର ମୁଣ୍ଡଳୀ ବ୍ୟାରେଜ ଉପରୁ ଗତକାଲି ଏକ ସ୍କୁଟି ମିଳିଥିବା ବେଳେ ଏହାକୁ ନେଇ ଆସିଥିବା ଯୁବତୀ ଜଣଙ୍କ ନିଖୋଜ ଅଛନ୍ତି। ଯୁବତୀଙ୍କ ପରିଚୟ ମିଳିସାରିଥିବା ବେଳେ ସେ ପାଣିକୁ ଡେଇଁ ପଡ଼ିଥିବା ସନ୍ଦେହ କରି ପୁଲିସ ଖୋଜାଖୋଜି କରୁଛି ଓ ଏଥିପାଇଁ ଅଗ୍ନିଶମ ବାହିନୀର ସାହାଯ୍ୟ ନେଇଛି।
ମିଳିଥିବା ସ୍କୁଟିର ନମ୍ବର OD02BE 0396 । ନିଖୋଜ ଯୁବତୀଙ୍କ ନାଁ ଐଶ୍ୱର୍ଯ୍ୟା ପରିଜା। ସେ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ରହନ୍ତି। ସେ ଏକ ଘରୋଇ କଲେଜରେ ପଢ଼ୁଥିବା ଜଣାପଡ଼ିଛି। ଐଶ୍ୱର୍ଯ୍ୟାଙ୍କ ବାପାମା’ ମଧ୍ୟ ସ୍କୁଟିକୁ ଚିହ୍ନଟ କରିଛନ୍ତି।
ଗତକାଲି ସନ୍ଧ୍ୟାରେ ମୁଣ୍ଡଳୀ ବ୍ୟାରେଜ ଉପରେ ଜଣେ ଯୁବତୀ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିବା ନେଇ ଖବର ଆସିଥିଲା। ସେହି ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍କୁଟିଟି କାହାର ତାହା ଜାଣିପାରିଥିଲା। ଆଉ ଏହାକୁ ଚଲାଇ ଘରୁ ଆସିଥିବା ଐଶ୍ୱର୍ଯ୍ୟା ନିଖୋଜ ଥିବା ଜାଣିବାକୁ ପାଇଥିଲା। ଐଶ୍ୱର୍ଯ୍ୟା ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିଲେ ହେଁ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/C1ZTnao
No comments:
Post a Comment