ଆଶିଷଙ୍କ ଦ୍ୱିତୀୟ ବିବାହକୁ ନେଇ ମୁହଁ ଖୋଲିଲେ ପ୍ରଥମ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 27, 2023

ଆଶିଷଙ୍କ ଦ୍ୱିତୀୟ ବିବାହକୁ ନେଇ ମୁହଁ ଖୋଲିଲେ ପ୍ରଥମ ପତ୍ନୀ

ପରିଣତ ବୟସରେ ପୁଣି ଥରେ ବର ସାଜି ବି-ଟାଉନ୍‌ର ହଟ୍‌ ଗସିପ ପାଲଟିଛନ୍ତି ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ। ଆଶିଷ ଦ୍ୱିତୀୟ ଥର ପାଇଁ ଗୌହାଟୀର ରୂପାଲି ବରୁଆଙ୍କ ହାତ ଧରିଥିବା ବେଳେ ନବ ଦମ୍ପତିଙ୍କୁ ନେଇ ଏବେ ପ୍ରବଳ ଚର୍ଚ୍ଚା। ଏହା ମଧ୍ୟରେ ନିଜ ପୂର୍ବତନ ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ  ନେଇ ମୁହଁ ଫିଟାଇଛନ୍ତି ଆଶିଷଙ୍କ ପ୍ରଥମ ସ୍ତ୍ରୀ ରାଜୋଶି ବରୁଆ।

ଆଶିଷଙ୍କ ବିବାହ ପରେ ତାଙ୍କ ପ୍ରଥମ ପତ୍ନୀଙ୍କ ରିଆକ୍ସନ ଜାଣିବା ପାଇଁ ସିନେ ପ୍ରେମୀ ବେଶ୍‌ ଉତ୍ସୁକ ଥିବା ବେଳେ ଏବେ ସେ ଖୋଲିଛନ୍ତି ନିଜ ମନର କଥା। ଏନେଇ ରାଜୋଶି କହିଛନ୍ତି, ଆଶିଷ ଓ ମୋର ଛାଡ଼ପତ୍ର ହୋଇଯାଇଛି।  ୨୦୨୨ ଅକ୍ଟୋବରରେ ଆମେ ଛାଡପତ୍ର ପାଇଁ ଆବେଦନ କରିଥିଲୁ। ଆମେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେବା ପାରସ୍ପରିକ ନିଷ୍ପତ୍ତି ଥିଲା। କେହି କାହାକୁ ଜୋର ଜବରଦସ୍ତ କରି ନାହାନ୍ତି। ଏହା ସମ୍ପୂର୍ଣ୍ଣ ପାରସ୍ପରିକ ଥିଲା। ତେଣୁ ଆଶିଷ ମୋତେ କେବେ ଚିଟ୍ କରି ନାହାନ୍ତି।

ଆଶିଷ ସବୁବେଳେ ପୁନର୍ବାର ବିବାହ କରିବାକୁ ଚାହୁଁଥିଲେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଶକୁନ୍ତଲା ବାରୁଆଙ୍କ ଝିଅ ଏବଂ ଆଶିଷ ବିଦ୍ୟାଧରଙ୍କ ପତ୍ନୀ ଭାବରେ ମୁଁ ମୋ’ ଜୀବନର ବହୁତ ସମୟ  ସାରି ଦେଇଛି। ବର୍ତ୍ତମାନ ସମୟରେ ନିଜ ଇଚ୍ଛା ଅନୁଯାୟୀ କିଛି କରିବାକୁ  ପାଦ ବଢ଼ାଇଛି। ମୁଁ ଏବେ ଏକାକୀ ଚାଲିବା ପାଇଁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ରାଜୋଶି ।

ଏଥିସହ ସେ କହିଛନ୍ତି, ଆଶିଷଙ୍କର ମଧ୍ୟ ନିଜ ଜୀବନକୁ ପୂର୍ଣ୍ଣ ଭାବେ ଉପଭୋଗ କରିବାକୁ, ବଞ୍ଚିବାକୁ ଅଧିକାର ଅଛି। ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ମୋର କିଛି ବି ଆପତ୍ତି ନାହିଁ । 

 ଆମ ରାସ୍ତା ଅଲଗା ହେଲେବି ଆମ ଭଲ ବନ୍ଧୁ ହୋଇ ସବୁବେଳେ ରହିବୁ। ଆଶିଷଙ୍କ ପ୍ରତି ମୋ’ ମନରେ ସବୁବେଳେ ସମ୍ମାନ ଓ ଶୁଭକାମନା ରହିବ। ମୁଁ ଜାଣିଛି ତାଙ୍କ ମନରେ ମଧ୍ୟ ମୋ’ ପ୍ରତି ସେହି ସମ୍ମାନ ରହିଛି ବୋଲି କହିଛନ୍ତି ଆଶିଷଙ୍କ ପୂର୍ବ ପତ୍ନୀ ।

ସୂଚନାଯୋଗ୍ୟ, ୨୫ ମେ’ରେ ଆଶିଷ ବିଦ୍ୟାର୍ଥୀ ରୂପାଲି ବରୁଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଗୌହାଟୀର ମୂଳବାସିନ୍ଦା ରୂପାଲି ଫ୍ୟାଶନ ଉଦ୍ୟୋଗ ସହ ଜଡ଼ିତ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5PgRMW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages