କଂଗ୍ରେସ ଓ ବିଜେପି ମଧ୍ୟରେ ଲାଗିଛି ସାଂଘାତିକ ଟ୍ୱିଟର ୱାର । କଂଗ୍ରେସ ପକ୍ଷରୁ ଗତକାଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ପୋଷ୍ଟର ଟ୍ୱିଟ କରାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ସ୍ମୃତି ଇରାନୀ।
ଗତକାଲି କଂଗ୍ରେସ ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସ୍ମୃତି ଇରାନୀଙ୍କ ଏକ ଫଟୋ ପୋଷ୍ଟ କରାଯାଇ ନିଖୋଜ ବୋଲି ଲେଖା ଯାଇଥିଲା। ସ୍ମୃତି ଇରାନୀ ପ୍ରାୟ ଘଣ୍ଟାଏ ପରେ କଂଗ୍ରେସର ଏହି ଟ୍ୱିଟର କଡ଼ା ଜବାବ ଦେଇଛନ୍ତି। ଏଥିସହ ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କୁ ଖୋଜୁଥିଲେ ଆମେରିକା ସହ ସମ୍ପର୍କ କରନ୍ତୁ ବୋଲି କହିଛନ୍ତି।
କଂଗ୍ରେସ ଟ୍ୱିଟରର ଜବାବ ଦେଇ ସେ କହିଛନ୍ତି, ହେ ଦିବ୍ୟ ରାଜନୈତିକ ପ୍ରାଣୀ, ମୁଁ ଏବେ ଆମେଠି ଲୋକସଭା କ୍ଷେତ୍ରର ଏକ ଗାଁରେ ଅଛି।
ସ୍ମୃତି ଗତ କିଛି ଦିନ ଧରି ନିଜ ଲୋକସଭା କ୍ଷେତ୍ର ଆମେଠି ଯାଇ ନ ଥିବାରୁ କଂଗ୍ରେସ ତାଙ୍କ ଫଟୋ ଟ୍ୱିଟ କରି ଜନସାଧାରଣଙ୍କୁ ଏହା ଅବଗତ କରାଉଥିଲା। ମାତ୍ର ସ୍ମୃତି ଗତ ବୁଧବାର ଆମେଠି ଯାଇଥିବା ବେଳେ କଂଗ୍ରେସ କରିଥିବା ଟ୍ୱିଟର ଜବାବ ଦେବାକୁ ପଛାଇ ନାହାନ୍ତି। ଏଥିସହ କାହାର ନାଁ ନ ନେଇ ସେ ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତକୁ ଟାର୍ଗେଟ କରି ଯିଏ ନିଜ ସଂସଦୀୟ କ୍ଷେତ୍ରରେ କିଛି ଆଖିଦୃଶିଆ କାମ କରି ପାରି ନାହାନ୍ତି, ସେ ବିଦେଶ ଯାଇ ଭାରତର ଅପମାନ କରୁଥିବା କହିଛନ୍ତି। ୨୦୧୪ ପୂର୍ବର ଭାରତ ଓ ଏହା ପର ଭାରତ ମଧ୍ୟରେ ବହୁ ଫରକ ଅଛି। ଦେଶକୁ ଗାନ୍ଧି ପରିବାରଠୁ ମୁକ୍ତି ମିଳି ଯାଇଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।
୨୦୧୯ ମସିହା ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ହରାଇ ସ୍ମୃତି ଇରାନୀ ଆମେଠି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଏହାକୁ ମନେ ପକାଇ ଦେବାକୁ ଭୁଲି ନାହାନ୍ତି।
ରାହୁଲ ଗାନ୍ଧି ୨୦୧୯ରେ ଉଭୟ ଆମେଠି ଓ ୱାଇନାଡରୁ ନିର୍ବାଚନ ଲଢ଼ିଥିବା ବେଳେ ଆମେଠିରୁ ହାରି ଯାଇଥିଲେ। ମାତ୍ର ୱାଇନାଡରୁ ସେ ଏମ୍ପି ଭାବେ ନିର୍ବାଚିତ ହୋଇଥିଲେ। ନିକଟରେ ଏକ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଦଣ୍ଡାଦେଶ ମିଳିଥିବା ବେଳେ ସେ ନିଜ ସାଂସଦ ପଦ ହରାଇ ସାରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Onj6V18
No comments:
Post a Comment