ବାପାକୁ କୁରାଢିରେ ହାଣିଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 31, 2023

ବାପାକୁ କୁରାଢିରେ ହାଣିଦେଲା ପୁଅ

ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା।। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହୃଷିକେଷ ପ୍ରଧାନ। ଅଭିଯୁକ୍ତ ପୁଅ ଜିତୁ ପ୍ରଧାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

 ଜିତୁ  ପ୍ରତିଦିନ ମଦ ପିଇ ଘରକୁ ଫେରି ଗଣ୍ଡଗୋଳ କରେ। ଗତକାଲି ରାତିରେ ମଧ୍ୟସେ ମଦ ପିଇ ଘରକୁ ଫେରି ବାପାମା’ଙ୍କ ଉପରେ ପାଟିତୁଣ୍ଡ କରିଥିଲା।  ପୁଅ ନିଶାସକ୍ତ ଅବସ୍ଥାରେ ପାଟି କରୁଥିବାରୁ ବାପାମା’ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ପୁଅ ମୁଣ୍ଡକୁ ନିଶା ଏତେ ଚଢ଼ିଯାଇଥିଲା ଯେ ତାକୁ କିଛି ଭଲ ମନ୍ଦ ଦେଖାଯାଉଥିଲା। ବାହାରେ ଥିବା ବାପାମା’କୁ ଘରକୁ ଭିତରକୁ ଟାଣି ନେଇ କୁରାଢ଼ିରେ ବାପା ହୃଷିକେଷକୁ ହାଣି ଦେଇଥିଲା। ପୁଅର ନୃଶଂସ ରୂପ ଦେଖି ମା’ ସେହି ସ୍ଥାନରୁ ପଳାଇଯାଇଥିଲେ। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ହୃଷିକେସ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ପୁଲିସକୁ ଖବର ଦେଇଥିଲେ।

ପୁଲିସ ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OVL1N9A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages