ମାତାଲ ଯୁବକଙ୍କ ଉନ୍ମତ୍ତକାଣ୍ଡ। ନିଜ ଘରେ ନିଆଁ ଲଗାଇ ଦେଇ ଖୁସିରେ ନୃତ୍ୟ କଲେ। ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସାହାଜଖାଲ ଗାଁରେ। ସୌଭାଗ୍ୟ ବଶତଃ ସେହି ସମୟରେ ଘରେ କେହି ନଥିଲେ।
ଗତକାଲି ରାତିରେ ଯୁବକ ଜଣଙ୍କ ମଦ ପିଇ ଆସି ଘରେ ନିଆଁ ଲଗାଇ ଦେଇଥିଲେ। ପରେ ଖୁସିରେ ନୃତ୍ୟ କରିଥିଲେ। ପାଖ ପଡ଼ୋଶୀ ଯୁବକଙ୍କୁ ଘରେ ନିଆଁ ନ ଲଗାଇବା ପାଇଁ ଯେତେ ବାରଣ କରିଥିଲେ ମଧ୍ୟ ଯୁବକ ଜଣଙ୍କ କିଛି ଶୁଣି ନଥିଲେ। ମଦ ନିଶାରେ ଏତେ ଚୁର ହୋଇଯାଇଥିଲେ ଯେ ଘରେ ନିଆଁ ଲଗାଇ ଦେଇ ଖୁସି ହେଇଯାଉଥିଲେ। ଗୁଣୁଗୁଣୁ ହୋଇ ଗୀତ ଗାଇ ନାଚୁ ଥିଲେ।
ଗ୍ରାମବାସୀ ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟ ବଶତଃ ସେହି ସମୟରେ ଘରେ କେହି ନଥିଲେ। ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଭଡ଼ିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Gx0QU8c
No comments:
Post a Comment