ଆଜି ସନ୍ଧ୍ୟାରେ ବାତ୍ୟା !୧୪ରେ ଉପକୂଳ ଛଇଁବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 10, 2023

ଆଜି ସନ୍ଧ୍ୟାରେ ବାତ୍ୟା !୧୪ରେ ଉପକୂଳ ଛଇଁବ

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିପାରେ। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ। ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଏବେ ଅବପାତ ପୋର୍ଟ ବ୍ଲେୟାର ଠାରୁ ୫୧୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି। ୧୨ ଓ ୧୩ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି।

କାଲି ପରି ଆଜି ବି ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଦିନ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ଡିଗ୍ରୀ  ଛୁଇଁଛି। ଏହାସହ ଆଦ୍ରତା ୭୯ ପ୍ରତିଶତ ରହିଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସେହିପରି ଝାରସୁଗୁଡ଼ାରେ ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ୧୧ରୁ ୨ଟା ୩୦ ମଧ୍ୟରେ ତାପମାତ୍ରା ୩୯ରୁ ୪୩ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/c9oAwPs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages