ମେଷ: ମନ ଭିତରର ଅକୁହା କଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ। କିନ୍ତୁ ଆପଣଙ୍କ ବ୍ୟବହାର ଯୋଗୁ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି । ସାଂଗଠନିକ ଓ ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବୃଷ: ପାରିବାରିକ ଜୀବନ ସୁଖପ୍ରଦ ହେବ। କୃଷି ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ । ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ । କଳା ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ମିଥୁନ: ଆଜି ଦିନଟି ମଙ୍ଗଳମୟ ହେବ । ଶତ୍ରୁମାନେ ପରାଜିତ ହେବେ। ଅନ୍ୟ ମନସ୍କତା ହେତୁ କୌଣସି ଜିନିଷ ହଜିଯାଇପାରେ । ବିଦ୍ୟାର୍ଥୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।
କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ, ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡିପାରେ। ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସିଂହ : ମନ ଅସ୍ଥିର ରହିବ । କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ଏଜେନ୍ସି, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।
କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟାଳୟ କିମ୍ବା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ତୁଳା: ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଦିନଟି ଅନୁକୂଳ ରହିବ। ଖଳ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ବିଛା: ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଯୋଗୁ ଅସନ୍ତୁଷ୍ଟ ରହି ପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ ।
ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । କରଜଦାତାଙ୍କ ଚାପ ପଡ଼ିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ଚତୁରତାର ସହ ସାମ୍ନା କରି କୃତକାର୍ଯ୍ୟ ହେବେ ।
ମକର: ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। କିନ୍ତୁ ଅଗ୍ନି, ଜଳ ଓ ବିଦ୍ୟୁତ ପ୍ରତି ସାବଧାନ ରହିବା ଭଲ। ଆକସ୍ମିକ ଭାବେ ଖର୍ଚ୍ଚଭାର ବୃଦ୍ଧି ପାଇବା ହେତୁ ଚିନ୍ତା ପ୍ରକଟ କରିପାରନ୍ତି । କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ମିଳିବ ।
କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ। ଭୁଲ ବୁଝାମଣା ହେତୁ ପତ୍ନୀଙ୍କ ସହ ମନାନ୍ତର ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।
ମୀନ: ବହୁ ପ୍ରତିକ୍ଷୀତ ଶୁଭ ଖବର ଶୁଣି ଖୁସି ହେବେ । ସ୍ୱାଦିଷ୍ଟ ଭୋଜନ ମିଳିବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ । ଧନ, ମାନସମ୍ମାନ, ପ୍ରତିଷ୍ଠା, ସୈାଭାଗ୍ୟର ଅଧିକାରୀ ହେବେ । ମନୋବଳ ଦୃଢ଼ କରି କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RNEtOgY
No comments:
Post a Comment