ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଓୱେସି; କହିଲେ- ଆପଣଙ୍କଠାରୁ ଏଭଳି ଆଶା ରଖିନଥିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 7, 2023

ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଓୱେସି; କହିଲେ- ଆପଣଙ୍କଠାରୁ ଏଭଳି ଆଶା ରଖିନଥିଲି

ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ଶନିବାର ସୋନିଆ ଗାନ୍ଧି ନିର୍ବାଚନ ପ୍ରଚାର କରିବା ପରେ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି।

ଗତକାଲି କର୍ଣ୍ଣାଟକାର ହୁବଲୀରେ ଏକ ନିର୍ବାଚନୀ ସଭାରେ ଓୱେସି କହିଥିଲେ ଯେ ଜଗଦୀଶ ଶେଟ୍ଟାରଙ୍କ ପାଇଁ ସୋନିଆ ଗାନ୍ଧି ପ୍ରଚାର କରିବେ ବୋଲି ସେ କେବେ ଆଶା ରଖି ନଥିଲେ। କାରଣ ଜଗଦୀଶ ଶେଟ୍ଟାର ଆରଏସଏସର ଲୋକ। ଆରଏସଏସରୁ ଆସିଥିବା ଜଣେ ବ୍ୟକ୍ତି ପାଇଁ ସୋନିଆଜୀ ନିର୍ବାଚନ ପ୍ରଚାର କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୋନିଆଙ୍କୁ ଟାର୍ଗେଟ କରି ଓୱେସି ଆହୁରି କହିଥିଲେ, ଆଦର୍ଶ ଯୁଦ୍ଧରେ କଂଗ୍ରେସ ହାରି ସାରିଛି। ଏହା କ’ଣ ଆପଣଙ୍କ ଧର୍ମନିରପେକ୍ଷତା? ଆପଣ କ’ଣ ଏହିଭଳି ଢଙ୍ଗରେ ମୋଦିଜୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ବିରୋଧରେ ଲଢ଼େଇ କରିବେ?

ଶନିବାର ପ୍ରଥମ ଥର ପାଇଁ ସୋନିଆ ଗାନ୍ଧି କର୍ଣ୍ଣାଟକା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ହୁବଲୀରେ ଆୟୋଜିତ ରାଲିରେ ସେ କଂଗ୍ରେସକୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ବିଜେପି ନହଟିବା ପର୍ଯ୍ୟନ୍ତ ରାଜ୍ୟର କିମ୍ବା ଦେଶର ବିକାଶ ହୋଇପାରିବ ନାହିଁ ବୋଲି ସୋନିଆ କହିଥିଲେ। ବିଜେପି ଘୃଣାର ମଞ୍ଜି ବୁଣିବା ସହିତ ରାଜ୍ୟ ଓ ଦେଶକୁ ଲୁଟି ଚାଲିଛି ବୋଲି ସେ କହିଥିଲେ। 

ଗତ ମାସରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିଥିଲେ ଓ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଛି। ତାଙ୍କର ମୁକାବିଲା ବିଜେପିର ମହେଶ ତେଙ୍ଗିଙ୍କାଇଙ୍କ ସହିତ ହେବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Rwtj9dh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages