ପ୍ରାୟୋଜିତ ନୁହେଁ ତ ଅମରଙ୍କ ‘ଫେସବୁକ୍ ପୋଷ୍ଟ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 7, 2023

ପ୍ରାୟୋଜିତ ନୁହେଁ ତ ଅମରଙ୍କ ‘ଫେସବୁକ୍ ପୋଷ୍ଟ’ ?

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଶନିବାର ନିଜ ଫେସବୁକ୍ ଆକାଉଣ୍ଟରେ କରିଥିବା ଏକ ପୋଷ୍ଟକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇପଡ଼ିଛି । ବିଜେଡିର ପୂର୍ବତନ ଆଇଟି ସେଲ୍ ମୁଖ୍ୟ ତଥା ସାଂସଦ ଶ୍ରୀ ପଟ୍ଟନାୟକ ନିଜର ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟରେ ‘ସୁଜାତା ଆର କାର୍ତ୍ତିକେୟନ ଫ୍ୟାନ୍ କ୍ଲବ’ ଦ୍ୱାରା ପୋଷ୍ଟିଂ ହୋଇଥିବା ଏକ ପୋଷ୍ଟକୁ ନିଜ ଆକାଉଣ୍ଟରେ ସେୟାର କରିବା ଏବଂ ସେଥିପାଇଁଁ ସ୍ପଷ୍ଟୀକରଣ ଦେବା ପଛରେ ପ୍ରକୃତରେ ହ୍ୟାକରଙ୍କ ହାତ ନା ପ୍ରାୟୋଜିତ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛିି । ତେବେ ଅମରଙ୍କ ଏଭଳି ‘ଫେସବୁକ ପୋଷ୍ଟ’ ସ୍ପଷ୍ଟୀକରଣ ମାଧ୍ୟମରେ ବିଜେଡି ପରୋକ୍ଷରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ନିର୍ଦ୍ଦିଷ୍ଟ ଆସନରେ ପ୍ରାର୍ଥୀକୁ ନେଇ ସାଧାରଣ ଲୋକଙ୍କ କ’ଣ ମତ ରହିଛି ତାହା ଆକଳନ କରିବାକୁ ଏହି ରଣନୀତି ଆପଣାଇଛି କି ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସାଂସଦ ଶ୍ରୀ ପଟ୍ଟନାୟକ ନିଜ ଭେରିଫାଏଡ ଫେସବୁକ ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି “ ମୋ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ କରି ଏହି ବିଷୟ ବସ୍ତୁକୁ ପୋଷ୍ଟ କରାଯାଇଛି ଓ ଏହା ଉପରେ ମୋର ଅନୁସନ୍ଧାନ ଜାରି ରହିଛି । ଦୟାକରି ଏହାକୁ ଗୁରୁତ୍ୱ ନଦେବା ଲାଗି ଆପଣମାନଙ୍କୁ ମୋର ବିନମ୍ର ଅନୁରୋଧ” । ଶ୍ରୀ ପଟ୍ଟନାୟକ ଯେଉଁ ପୋଷ୍ଟକୁ ନେଇ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ତାହା ହେଉଛି ସୁଜାତା କାର୍ତ୍ତିକେୟନ ଫ୍ୟାନ୍ କ୍ଲବର ଏକ ପୋଷ୍ଟ । “ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯଦି ସରକାରୀ ଚାକିରି ତ୍ୟାଗ କରି ନିଜ ଜନ୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀରୁ ବିଧାୟିକା ଭାବେ ବିଜୁ ଜନତା ଦଳର ଟିକେଟରେ ପ୍ରାର୍ଥୀ ହୁଅନ୍ତି ତେବେ ଆପଣମାନଙ୍କର ମତ କ’ଣ ” ବୋଲି ଏକ ପୋଷ୍ଟକୁ କେହି ଜଣେ ସୁଜାତା କାର୍ତ୍ତିକେୟନ ଫ୍ୟାନ୍ କ୍ଲବରେ ପୋଷ୍ଟ କରିଛି । ଆଉ ଏହି ପୋଷ୍ଟର ପ୍ରାୟ ୭ ଘଣ୍ଟା ପରେ ତାହା ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଭେରିଫାଏଡ ଫେସବୁକ ଆକାଉଣ୍ଟରେ ଶେୟାର ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଶ୍ରୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ସେହି ଫେସବୁକ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସାଂସଦ ଶ୍ରୀ ପଟ୍ଟନାୟକ ଯଦି ନିଜର ଆକାଉଣ୍ଟ ହ୍ୟାକ୍ ହୋଇଛି ବୋଲି ଅନୁଭବ କରୁଛନ୍ତି ତା’ହେଲେ ସାଇବର ଥାନାରେ ଅଭିଯୋଗ ନକରି ସେ ନିଜେ କ’ଣ ଅନୁସନ୍ଧାନ କରୁଛନ୍ତି ଓ ଦୋଷୀଙ୍କ ବିରୁଦ୍ଧରେ ସେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ବୁଝାପଡ଼ୁନି?

ଆଉ ଏପଟେ ସୁଜାତା ଖୁବଶୀଘ୍ର ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଥିବାରୁ ସୁଜାତା କାର୍ତ୍ତିକେୟନ ଫ୍ୟାନ୍ କ୍ଲବରେ ହୋଇଥିବା ପୋଷ୍ଟିଂର ବେଶୀ ଗୁରୁତ୍ୱ  ବଢ଼ିଯାଇଛି । ଅବଶ୍ୟ ଏହି ଫ୍ୟାନ୍ କ୍ଲବ ପେଜରେ ଅନୁରୂପ ଭାବେ ଏକ ପୋଷ୍ଟିଂ ୨୦୨୨ ଡିସେମ୍ବର ୧୮ତାରିଖରେ ହୋଇଥିଲା । କିନ୍ତୁ ସେତେବେଳେ କେହି ଏହାକୁ ବିଶେଷ ଗୁରୁତ୍ୱ ଦେଇନଥିଲେ । ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଭଳି ପୋଷ୍ଟିଂ ହେବା ଏବଂ ତାହା ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଭେରିଫାଏଡ ଆକାଉଣ୍ଟରେ ସେୟାର କରାଯିବା ପରେ ତା’ର ଗୁରୁତ୍ୱ ବଢ଼ିଯାଇଛି । ଯଦିଓ ଶ୍ରୀ ପଟ୍ଟନାୟକ ଏହା ପଛରେ ହ୍ୟାକରଙ୍କ କାମ ରହିଛି ବୋଲି କହି ଦୋଷ ଛଡ଼ାଇବାକୁ ପ୍ରୟାସ କରିଛନ୍ତି ତଥାପି ସୁଜାତା ଫ୍ୟାନ କ୍ଲବରେ ଏଭଳି ପୋଷ୍ଟିଂ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କାରଣ ପ୍ରାୟ ୧.୧୦ଲକ୍ଷ ଫଲୋଅର ଥିବା ସୁଜାତା କାର୍ତ୍ତିକେୟନ ଫ୍ୟାନ୍ କ୍ଲବ୍ କଦାପି ରାଜ୍ୟ ସରକାର ଅବା ନିଜେ ସୁଜାତାଙ୍କ ଅଗୋଚରରେ ଚାଲିଥିବ ବୋଲି ବିଶ୍ୱାସ କରାଯାଇନପାରେ ।

ସୁଜାତା ଆର କାର୍ତ୍ତିକେୟନ ଫ୍ୟାନ୍ କ୍ଲବ କିଏ ଖୋଲିଛି,ଏଥିରେ ଏଭଳି ପୋଷ୍ଟିଂ କିଭଳି ହେଉଛି ଓ ତା’ପୁଣି ରାଜ୍ୟର ଜଣେ ପ୍ରଭାବଶାଳୀ ଆଇଏଏସଙ୍କ ନାଁରେ? କାହିଁକି ରାଜ୍ୟ ସରକାର କିମ୍ବା ନିଜେ ସୁଜାତା ଏନେଇ ସାଇବର ସେଲରେ ଅଭିଯୋଗ କରିନାହାନ୍ତି? ଏହା ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ କରୁନି କି? ସୁଜାତାଙ୍କ ପକ୍ଷରୁ କାହିଁକି ଏହି ପୋଷ୍ଟିଂକୁ ନେଇ ସ୍ପଷ୍ଟୀକରଣ ଆସୁନି ତାହା ମଧ୍ୟ ସନ୍ଦେହଘେରରେ ।

ଦୀର୍ଘଦିନ ଧରି ନିଜେ ସୁଜାତା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବାରୁ ସମ୍ଭବତଃ  ସାଧାରଣ ନିର୍ବାଚନ ଆଗରୁ ଫେସବୁକ ମାଧ୍ୟମରେ ବିଜେଡି ପକ୍ଷରୁ ଏଭଳି ପ୍ରାୟୋଜିତ ପୋଷ୍ଟିଂ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6pmQL1U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages