ଓଡ଼ିଆ ପୁଅକୁ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 27, 2023

ଓଡ଼ିଆ ପୁଅକୁ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ସେବା ଓ ଧର୍ମକୁ ଜୀବନରେ ଆଦର୍ଶ ଭାବେ ମାନୁଥିବା ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶ୍ରମଜୀବୀ ଓ କାରୀଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ ପୁରଞ୍ଜନ। ସେଥିପାଇଁ ତାଙ୍କୁ ଆଜି ସମ୍ୱିର୍ଦ୍ଧିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି। ପୁରଞ୍ଜନଙ୍କ ଘର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ।

ପୁରଞ୍ଜନଙ୍କ ପରି ନୂଆ ସଂସଦ ନିର୍ମାଣରେ ନିୟୋଜିତ ସୁନ୍ଦରବନ ୱେଷ୍ଟର ସତ୍ୟରଞ୍ଜନ ଦାସ, ଝାରଖଣ୍ଡର ରାମ ମୁର୍ମୁ, ଏଜାଜ ଅହମ୍ମଦ, ରାଜସ୍ଥାନର କିଷନ ଲାଲ୍‌, ଗୁଜରାଟର ଦେବଲାଲ୍‌, ବିହାର ଅନୀଲ କୁମାର ଯାଦବ, ସୁବ୍ରତା ସୁତ୍ରଧର, ଝରଖଣ୍ଡର ମୁଜାଫର ଖାନ୍‌, ନୂଆଦିଲ୍ଲୀର ଧର୍ମନ୍ଦ୍ର ଜୀ ଓ ବନାରସରୁ ଆନନ୍ଦ ବିଶ୍ୱକର୍ମାଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ।

ଆଜି ମହାଆଡମ୍ୱରେ ରୀନିନୀତି ଅନୁସାରେ ନୂଆ ସଂସଦ ଭବନ ଲୋକାର୍ପିତ ପର୍ବ ଆରମ୍ଭ ହୋଇଥିଲା। ପୂଜାର୍ଚ୍ଚନା ପରେ ତାମିଲନାଡୁ ଧର୍ମପୁରମ୍‌ ଅଧିନମ୍ ମଠ ମହନ୍ତ ମୋଦିଙ୍କୁ ସେଙ୍ଗୋଲ (ରାଜଦଣ୍ଡ) ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ରାଜଦଣ୍ଡ ଗ୍ରହଣ କରିବା ସହିତ ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ତା’ପରେ ମୋଦି ନୂଆ ସଂସଦ ଭବନରେ ରାଜଦଣ୍ଡକୁ ସ୍ଥାପନ କରିଥିଲେ। ସାଥୀରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ସାଧୁସନ୍ଥ। ତା’ପରେ ଶ୍ରମଜୀବୀଙ୍କୁ ସମ୍ୱର୍ଦ୍ଧିତ କରାଯାଇ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓମ୍‌ ବିରର୍ଲା, ସ୍ୱରାମନ୍ତ୍ରୀ ଅମିତ ଶାହ, ବୈଦେଶୀକ ମନ୍ତ୍ରୀ ଏସ୍‌.ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0jQ2Irk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages