ଅଦା ଦର ଏବେ ଆକାଶ ଛୁଆଁ। ପଡ଼ୋଶୀ ରାଜ୍ୟର ବେପାରୀ କୋରାପୁଟରେ ଡେରା ପକାଇଥିବାରୁ ଓଡ଼ିଶାରେ ଅଦା ଦର ଆକାଶ ଛୁଆଁ ହୋଇଛି। ଦିନେ ଯେଉଁ ଅଦାକୁ ଚାଷୀମାନେ ୫ ଟଙ୍କାରେ ବିକି ଦେଉଥିଲେ, ତାହା ଏବେ ବଜାରରେ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ବର୍ତ୍ତମାନ ଯେଉଁ ଅଳ୍ପ ଅଦା ଅମଳ ହେଉଛି, ସେଥିରୁ ଚାଷୀ ଭଲ ରୋଜକାର କରିପାରିବ ବୋଲି ଜଣାପଡ଼ିଛି।
ଅଦା ଓ ଶୁଣ୍ଠି ଉତ୍ପାଦନରେ କୋରାପୁଟ ଜିଲ୍ଲା ସବୁଠାରୁ ଆଗରେ। ଉଭୟ ଖରିଫ ଓ ରବି ଋତୁରେ ଜିଲ୍ଲାର ଅଦା ଚାଷ କରାଯାଉଛି। ତେବେ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁରରେ ସବୁଠାରୁ ଅଧିକ ଅଦା ଚାଷ କରାଯାଉଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାରେ ଚଳିତବର୍ଷ ରବି ଋତୁରେ ୭୦୦ ହେକ୍ଟର ଓ ଖରିଫ ଋତୁରେ ୯୦୦ ହେକ୍ଟର ଜମିରେ ଅଦା ଚାଷ ହୋଇଥିଲା। ଭଲ ଅମଳ ମଧ୍ୟ ହୋଇଥିଲେ। ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଇଥିଲେ। ଶୀତଳ ଭଣ୍ଡାର ନଥିବାରୁ ଶାଗମାଛ ଦରରେ ପଡୋଶୀ ରାଜ୍ୟର ବେପାରୀଙ୍କୁ ଚାଷୀ ବିକି ଦେଇଥିଲେ।
ଦେଖିବାକୁ ଗଲେ ଅଦା କେଜି ପ୍ରତି ବର୍ଷତମାମ୍ ୫ ଟଙ୍କାରୁ ୧୮ ଟଙ୍କାରେ ସୀମିତ ରହୁଥିଲା। କିନ୍ତୁ ଏବେ ବାହାର ରାଜ୍ୟରେ ଅଦା ଅମଳ ଭଲ ହୋଇନଥିବାରୁ କୋରାପୁଟ୍ ଅଦାର ଚାହିଦା ବଢ଼ିଛି। ୧୬୦ ଟଙ୍କାରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ସେଥିପାଇଁ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ବେପାରୀମାନେ କୋରାପୁଟରେ ଡେରା ପକାଇଛନ୍ତି। କିନ୍ତୁ ବର୍ତ୍ତମାନ ବେଶୀ ଅଦା ଅମଳର ହେଉନାହିଁ। ତଥାପି ଯେଉଁମାନେ ଅଦା ଅମଳ କରୁଛନ୍ତି, ସେମାନେ ଭଲ ଦରରେ ବିକ୍ରି କରୁଛନ୍ତି।
ଗତବର୍ଷ କୋରାପୁଟ ଜିଲ୍ଲାରେ ହେକ୍ଟର ପିଛା ୧୮୦ କୁଇଣ୍ଟାଲରୁ ୧୯୦ କୁଇଣ୍ଟାଲ ଅମଳ ହୋଇଥିବା ବେଳେ ଏଥର ୧୦୭ କୁଇଣ୍ଟାଲରୁ ୧୬୫ କୁଇଣ୍ଟାଲ ରହିଛି।
ଜଣେ ଅଦା ଚାଷୀ କହିଛନ୍ତି, ୧୦ ବର୍ଷ ହେଲା ଅଦା ଚାଷ କରିଆସୁଛି। ପ୍ରଥମ ତିନି ବର୍ଷ ଭଲ ରୋଜଗାର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରବଳ କ୍ଷତି ହୋଇଥିଲା। ଖର୍ଚ୍ଚ କରିଥିବା ପଇସା ଉଠାଇ ପାରିନଥିଲି। ଏଥର ଟିକେ ଭଲ ରୋଜଗାର ହୋଇଛି। ପ୍ରଥମ ପର୍ଯ୍ୟାୟରେ କିଲୋ ପ୍ରତି ୪୦ ଟଙ୍କାରେ ବିକିଥିଲି। ଏବେ କିଲୋ ପ୍ରତି ୬୫ ଟଙ୍କାରେ ଅଦା ବିକିବି ବୋଲି ଚାଷୀ କହିଛନ୍ତି।
ରିପୋର୍ଟ-ସୂର୍ଯ୍ୟନାରାୟଣ ପଣ୍ଡା
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GU2RleE
No comments:
Post a Comment