ଯେଉଁ ପୁଅକୁ କୋଳେଇକାଖେଇ ଛୋଟରୁ ବଡ଼ କରିଥିଲା। କୌଣସି କାରଣ ପାଇଁ ସେହିପୁଅକୁ ହତ୍ୟା କରିବା ପାଇଁ ପଛେଇଲା ନାହିଁ ନୃଶଂସ ବାପା। ଏପରି ଘଟଣା ଘଟିଛି କୋରାପୁଟ ମନଯୋଡି ଥାନା ଅନ୍ତର୍ଗତ ଅଧିନସ୍ତ ଆମ୍ବଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସୁରେନ୍ଦ୍ର ବୁଡିଆ(୧୮)।
ଗତକାଲି ସନ୍ଧ୍ୟା ସମୟରେ ବାପା ସମରା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୌଣସି କାରଣ ପାଇଁ ପୁଅ ସହ ବଚସା ହୋଇଥିଲା। ପରେ ସମରା ଉତ୍କ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପରିବାର ଲୋକେ ପୁଅର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କେଉଁ କାରଣ ପାଇଁ ବାପପୁଅଙ୍କ ମଧ୍ୟ ବଚସା ହୋଇଥିଲା ତାହା ଜଣାପଡ଼ିନାହିଁ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PLITCYr
No comments:
Post a Comment