ଆବଶ୍ୟକ ସାମଗ୍ରୀ: କୋରା ନଡ଼ିଆ, ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ, ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ତେନ୍ତୁଳି ରସ, ଗୁଡ଼, କଞ୍ଚାଲଙ୍କା ଛେଚା, ଅଦା ଛେଚା, କାଜୁ, କିସ୍ମିସ୍, ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ ଭାଙ୍ଗି କୋରି ଦିଅନ୍ତୁ। ପରେ ଅରୁଆ ଚାଉଳକୁ ବାଟି ଆଣ ପ୍ରସ୍ତୁତ କରନ୍ତୁ। ଏହାପରେ ନଡ଼ିଆ କୋରାରେ ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା ଭଲଭାବେ ଗୋଳେଇ ହୋଇଯିବା ପରେ ଗୋଲ ଗୋଲ ଛୋଟ ଛୋଟ ଗୁଳା କରି ରଖନ୍ତୁ।
ଏହାପରେ ଚୁଲିରେ କଡ଼େଇ ବସେଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା ପକେଇ ଛୁଙ୍କ ପ୍ରସ୍ତୁତ କରନ୍ତୁ।ଏହାପରେ ସେଥିରେ ତେନ୍ତୁଳି ରସ ଓ ଅଳ୍ପ ପାଣି ଦେଇ ଦୁଇ ମିନିଟ୍ ଫୁଟାନ୍ତୁ ।ତେନ୍ତୁଳି ରସ ଫୁଟିବା ପରେ ଗୁଡ଼ ମିଶେଇ ପାଗ ପ୍ରସ୍ତୁତ କରନ୍ତୁ ।ଏହାପରେ ସେଇ ପାଗରେ କଞ୍ଚାଲଙ୍କା ଛେଚା, ଅଦା ଛେଚା ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଗୋଳାଇ ଦିଅନ୍ତୁ।ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୋଲ ଗୋଲ ନଡ଼ିଆ କୋରାକୁ ପକେଇ ୨ ମିନିଟ୍ ଫୁଟାନ୍ତୁ । ଶେଷରେ ଭଜା କାଜୁ ଓ ଖିସମିସ୍ ପକେଇ ଚୁଲିରୁ ଓହ୍ଲେଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖଟାମିଠା ‘ନଡ଼ିଆ ଗୋଟମା’। ନଡ଼ିଆ ଗୋଟମାକୁ ଆପଣ ପର୍ବପର୍ବାଣୀରେ ତିଆରି କରି ଖାଇପାରିବେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KUT5Q84
No comments:
Post a Comment