୮୩ ବର୍ଷରେ ବାପା ହେବେ ହଲିଉଡ ଆକ୍ଟର ଅଲ୍ ପାସିନୋ । ୫୪ ବର୍ଷ ସାନ ଗର୍ଲଫ୍ରେଣ୍ଡ ନୁର ଅଲଫାଲାହ ହେବେ ତାଙ୍କ ଚତୁର୍ଥ ସନ୍ତାନଙ୍କ ମା’ ।
‘ଦ ଗଡଫାଦର’ ଫେମ୍ ଏହି ବର୍ଷିୟାନ ଅଭିନେତାଙ୍କ ପିଆର ଟିମ୍ ଏ ବିଷୟରେ ଅଫିସିଆଲି ଘୋଷଣା କରିଛନ୍ତି। ୨୯ ବର୍ଷୀୟା ନୁର ଅଲଫାଲାହ ଚଳିତ ମାସ ନିଜ ପ୍ରଥମ ସପ୍ତାନ ପ୍ରସବ କରିବେ ବୋଲି ଜଣାଯାଇଛି।
ଏହି ଖବର ଏବେ ସୋଶାଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାକୁ ଲାଗିଥିବା ବେଳେ ନୋରାଙ୍କୁ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଉଛି।
ଅଲ୍ ପାସିନୋଙ୍କ ପୂର୍ବରୁ ନୋରା ରୋଲିଂ ଷ୍ଟୋନ ମେମ୍ବର ୭୪ ବର୍ଷୀୟ ମିକ୍ ଜାଗରଙ୍କୁ ଡେଟ କରୁଥିଲେ। ସେତେବେଳେ ତାଙ୍କୁ ୨୨ ବର୍ଷ ହୋଇଥିଲା। ଏହାବାଦ ବିଲେନିୟର ନିକୋଲାସ୍ ବର୍ଗଗ୍ରେନ ଓ ଫିଲ୍ମ ନିର୍ମାତା ତଥା ଅଭିନେତା ୮୮ ବର୍ଷ ବୟସ୍କ କ୍ଲିଣ୍ଟ ଇଷ୍ଟଉଡଙ୍କ ସହ ବି ତାଙ୍କର ରୋମାଣ୍ଟିକ୍ ଲିଙ୍କ ଥିବା ଚର୍ଚ୍ଚା ଧରିଥିଲା। ହେଲେ ନୋରା ଏହାକୁ ଖଣ୍ଡନ କରି ସାରିଛନ୍ତି।
ହଲିଉଡ ଆକ୍ଟର ଅଲ୍ ପାସିନୋ ପୂର୍ବରୁ ବିବାହ କରି ନ ଥିବା ସତ୍ତ୍ୱେ ପୂର୍ବ ଗର୍ଲଫ୍ରେଣ୍ଡଙ୍କ ନିକଟରୁ ତାଙ୍କର ୩ ଟି ସନ୍ତାନ ଅଛନ୍ତି। ତାଙ୍କର ଏକ ୩୩ ବର୍ଷୀୟା ଝିଅ ବି ଓ ୨୨ ବର୍ଷୀୟ ଦୁଇ ଯାଆଁଳା ପିଲା ଥିବା ଜଣାଯାଇଛି।
ଅଲ୍ ପାସିନୋ ହଲିଉଡରେ ନିଜ ଦୀର୍ଘ ବର୍ଷର କ୍ୟାରିଅର ମଧ୍ୟରେ ବହୁ ଥର ପୁରସ୍କୃତ ହେବା ସହ ବହୁ ସମ୍ମାନଜନକ ଆୱାର୍ଡ ହାସଲ କରି ସାରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nghQ0FK
No comments:
Post a Comment