ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 2, 2023

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ଛାତ୍ରମାନେ ସାଙ୍ଗ ହୋଇ ଟ୍ୟୁସନ ଯାଉଥିଲେ। ଏହି ସମୟରେ ବାଟରେ କିଛି ବିଷାକ୍ତ ଫଳ ତୋଳି ଖାଇଥିଲେ। ହେଲେ ପିଲାମାନେ ଏହାକୁ କୋଳି ବୋଲି ଭାବି ଖାଇଦେଇଥିଲେ। ଏହା ବିଷାକ୍ତ ବୋଲି ଜାଣି ନଥିଲେ। 

ଛାତ୍ରମାନେ ଟ୍ୟୁସନରୁ ଫେରିବା ପରେ ବାନ୍ତି ହେବା ସହ ମୁଣ୍ଡ ଘୁରାଇଥିଲା। ପରିବାର ଲୋକେ ପଚାରିବାରୁ ପିଲାମାନେ ବାଟରେ ହୋଇଥିବା କାଠ ବାଦାମ ଖାଇଥିବା କହିଥିଲେ। ପରିବାର ଲୋକେ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ପିଲାମାନେ ସୁସ୍ଥ ଥିବା ଜଣାପଡ଼ିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/K7lERLM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages