ରଜଧନର ଫଟଲ ଗଳ ବଜଡ କରପରଟରଙକ ଭଇ ଓ ପତରଙକ ଗଳମଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 28, 2023

ରଜଧନର ଫଟଲ ଗଳ ବଜଡ କରପରଟରଙକ ଭଇ ଓ ପତରଙକ ଗଳମଡ଼

 ଭୁବନେଶ୍ୱରର ୩୨ ନମ୍ବର ୱାର୍ଡର କର୍ପୋରେଟରଙ୍କ ଭାଇ ଓ ତାଙ୍କ ପୁତୁରାଙ୍କୁ ଗୁଳିମାଡ଼ ହୋଇଛି। ଏଭଳି ଘଟଣା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଆହତମାନେ ହେଲେ କର୍ପୋରେଟରଙ୍କ ବଡ଼ ଭାଇ ଶିଖର ଜେନା ଓ ତାଙ୍କ ପୁତୁରା ଆଲୋକ ଜେନା। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଭିଯୁକ୍ତମାନେ ଘଟଣାସ୍ଥଳରେ ୧୨ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ହେବାର ଆଶଙ୍କା ଥିବାରୁ ଝାରପଡ଼ାରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି। ରାଜନୈତିକ ଆକ୍ରୋଶରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

କର୍ପୋରେଟରଙ୍କ ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମୋ ପୁତୁରା ଘରକୁ ଫେରୁଥିଲା। ଏହି ସମୟରେ ପ୍ରଜାପତି ମଣ୍ଡପ ନିକଟରେ ପ୍ରଭାତ ମାଥା ସହ ୧୦ରୁ ୧୫ ଜଣ ଯୁବକ ମୋ ପୁତୁରାକୁ ବାଟରେ ଅଟକାଇଥିଲେ। ପରେ ମୋ ପୁତୁରା ଏନେଇ ଘରକୁ ଫୋନ୍ କରି ଜଣାଇଥିଲା। ଏହି ଖବର ଶୁଣି ମୁଁ , ମୋ ବଡ଼ ଭାଇ ଓ ତାଙ୍କ ସାନ ପୁଅ ଘଟଣାସ୍ଥଳରେ ପହଞ୍ଚିଥିଲୁ। ସେଠାରେ ସେମାନେ ଆମମାନଙ୍କୁ ଖରାପ ଭାଷାରେ ଗାଳିମନ୍ଦ କରିଥିଲେ। ପରେ ପୁଲିସ ଉପସ୍ଥିତରେ ସେମାନେ ୬ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ପୁଲିସ ସେମାନଙ୍କଠାରୁ ବନ୍ଧୁକ ଜବତ କରିଥିଲା। ମୁଁ ପୁଲିସ ସହ କଥା ହେଲାବେଳେ ସେମାନେ ମୋ ବଡ଼ ଭାଇ ଓ ପୁତୁରାକୁ ଆଉ ଏକ ବନ୍ଧୁକରେ ଗୁଳିମାଡ଼ ମାରିଥିଲେ। ଗୁଳିଟି ଦୁଇ ଜଣଙ୍କ ଗୋଡରେ ବାଜିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wYiLzpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages