ବର୍ଷକର ମେଣ୍ଢାର ଦାମ କୋଟିଏ ଟଙ୍କା। ଏହା ଯିଏ ଶୁଣିବ ସେ ଚକିତ ରହିଯିବ । ମାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ମେଣ୍ଢାଙ୍କୁ କିଣିବାକୁ ମନ ବଳାଇ କିଛି ଲୋକ ତା’ ବଦଳରେ କୋଟିଏ ଟଙ୍କା ଦେବାକୁ ପ୍ରସ୍ତାବ ଦେଲେ। ମାତ୍ର ଏଥିରେ ରାଜି ହେଲେନି ମେଣ୍ଢା ମାଲିକ । ନିଜ ମେଣ୍ଢା କୋଟିଏ ଟଙ୍କାଠୁ ଅଧିକ ପ୍ରିୟ ବୋଲି ବ୍ୟକ୍ତିଜଣକ କହିବାକୁ ପଛାଇ ନାହାନ୍ତି। ଏପରି ଏକ ଘଟଣା ରାଜସ୍ତାନର ଚୁରୁ ଅଞ୍ଚଳରେ ଘଟିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଆଜି ସମଗ୍ର ଦେଶରେ ବକରି ଇଦ୍ ପାଳିତ ହେଉଥିବା ବେଳେ ଏହା ପୂର୍ବରୁ ଉକ୍ତ ମେଣ୍ଢାକୁ କିଣିବାକୁ କିଛି ଲୋକ ତାହାର ମାଲିକ ରାଜୁ ସିଂଙ୍କୁ ମୋଟା ଅଙ୍କର ଅର୍ଥର ଲୋଭ ଦେଖାଇଥିଲେ। ଏହି ମେଣ୍ଢାର ପେଟରେ ୭୮୬ ସଂଖ୍ୟାକୁ ଲେଖାଥିବା କିଛି ଲୋକ ବିଶ୍ୱାସ କରୁଛନ୍ତି।
ମୁସଲିମ୍ ସମ୍ପ୍ରଦାୟ ଲୋକେ ଉକ୍ତ ସଂଖ୍ୟାକୁ ଖୁବ୍ ଶୁଭ ବୋଲି ବିଚେଚନା କରିବା ସହ ଏହା ଖୁବ୍ କମ୍ ଦେଖାଯାଏ ବୋଲି କହିଛନ୍ତି। ତେଣୁ ସେମାନେ ଏହି ମେଣ୍ଢା ନେବାକୁ ମୋଟା ଅଙ୍କର ଅର୍ଥ ଅଫର ଦେବାକୁ ପଛାଇ ନାହାନ୍ତି।
ଉକ୍ତ ମେଣ୍ଢା ନେବାକୁ କିଛି ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗି ଯାଇଥିଲା। କିଏ ମେଣ୍ଢାଟି ପାଇଁ ୫୦ ଲକ୍ଷ ତ କିଏ ୭୦ ଲକ୍ଷ ଓ କିଏ କୋଟିଏ ଟଙ୍କାର ଅଫର୍ ଦେବାକୁ ପଛାଇ ନାହାନ୍ତି।
ମାତ୍ର କୋଟିଏ ଟଙ୍କାଠୁ ମୋ’ ମେଣ୍ଢା ମୋତେ ଅଧିକ ପ୍ରିୟ ବୋଲି କହିଛନ୍ତି ରାଜୁ ସିଂ। ଗତ ବର୍ଷ ଜନ୍ମ ହୋଇଥିବା ଉକ୍ତ ମେଣ୍ଢାଟିକୁ ସେ ନିଜ ଛୁଆ ପରି ରଖି ଯତ୍ନ ନେଉଥିବାରୁ ତାକୁ ମରିବାକୁ ଛାଡ଼ି ପାରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି। ତେବେ ଏବେ ମେଣ୍ଢାର ସୁରକ୍ଷା ରାଜୁ ସିଂଙ୍କୁ ଘାରିଥିବା ବେଳେ ସେ ତାକୁ ୨୪ ଘଣ୍ଟା ନିଜ ଆଖି ଆଗରେ ରଖୁଛନ୍ତି, ଏପରିକି ରାତିରେ ବି ସେ ମେଣ୍ଢାକୁ ନିଜ ଘରେ ବନ୍ଦ କରି ରଖୁଥିବା କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/c3xA0qf
No comments:
Post a Comment