୧୧ ଟ୍ରେନର ଗତିପଥ ବଦଳିଲା, ୧୧ ଟ୍ରେନ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 2, 2023

୧୧ ଟ୍ରେନର ଗତିପଥ ବଦଳିଲା, ୧୧ ଟ୍ରେନ ବାତିଲ

ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଦୁର୍ଘଟଣା ଯୋଗୁ ୧୧ଟି ଟ୍ରେନର ଗତିପଥରେ ପରିବର୍ତ୍ତନ ହୋଇଥିବାବେଳେ ୧୧ଟି ଟ୍ରେନର ଯାତ୍ରାକୁ ରଦ୍ଦ କରାଯାଇଛି। ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୨୮୪୧ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବାରୁ ଖଡ଼ଗପୁର ଡିଭିଜନ ଦେଇ ଯାତାୟତ କରିବାକୁ ଥିବା ବିଭିନ୍ନ ଟ୍ରେନର ଗତିପଥରେ ପରିବର୍ତ୍ତନ ସହ କେତେକ ଟ୍ରେନ ଯାତ୍ରାକୁ ବାତିଲ କରାଯାଇଛି।

ପୁରୀ-ହାୱାଡା ଏକ୍ସପ୍ରେସ, ପୁରୀ-ଶାଲିମାର ଏକ୍ସପ୍ରେସ ଓ ପୁରୀ-ଭଞ୍ଜପୁର ଲୋକାଲ ଟ୍ରେନର ଯାତ୍ରାକୁ ବାତିଲ କରାଯାଇଥିବାବେଳେ ୩ତାରିଖରେ ଯାତ୍ରା କରିବାକୁ ଥିବା ଖୋର୍ଦ୍ଧା ରୋଡ-ଖଡଗପୁର ଟ୍ରେନ, ବାଙ୍ଗିରିପୋଷୀ ସୁପରଫାଷ୍ଟ ଇଣ୍ଟରସିଟି ଓ ଭୁବନେଶ୍ୱର- ବାଲେଶ୍ୱର ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି। ସେହିପରି  ୨ତାରିଖରେ ଅର୍ଥାତ୍ ଆଜି ଯାତ୍ରା ଆରମ୍ଭ କରିବାକୁ ଥିବା ହାୱାଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ହାୱାଡା ଏସଏମଭିବି ସୁପରଫାଷ୍ଟ ଏକ୍ସପ୍ରେସ, ହାୱାଡା ମେଲ୍‌, ଶାଲିମାର-ପୁରୀ ସୁପରଫାଷ୍ଟ,କୋଲକାତା-ପୁରୀ ସୁପରଫାଷ୍ଟ ଏକ୍‌ପ୍ରେସକୁ ରଦ୍ଦ କରାଯାଇଛି । ସେହିପରି ଦିବ୍ରୁଗଡ଼ ଏକ୍ସପ୍ରେସକୁ ଭଦ୍ରକକୁ ଫେରି ଆସିଥିବାବେଳେ ଅନ୍ୟ ୪ଟି ଟ୍ରେନର ଗତିପଥକୁ ଟାଟାନଗର ଷ୍ଟେସନ ନିକଟରେ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/73y9zTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages