କାଳ ହେଲା ଏକ୍ସପାଏରୀ ମେଡିସିନ, ୩ମାସ କଲବଲ ହୋଇ ଆଖି ବୁଜିଲା ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 5, 2023

କାଳ ହେଲା ଏକ୍ସପାଏରୀ ମେଡିସିନ, ୩ମାସ କଲବଲ ହୋଇ ଆଖି ବୁଜିଲା ଶିଶୁ

ଏକ୍ସପାଏରୀ ମେଡିସିନି ଖାଇ ଦୀର୍ଘ ୩ମାସ ଜୀବନ ମରଣ ସହ ସଂଘର୍ଷ କରୁଥିଲା ନିଷ୍ପାପ ଶିଶୁଟି। ପୁଅକୁ ବଞ୍ଚାଇବା ପାଇଁ ଏ ମେଡିକାଲରୁ ସେ ମେଡିକାଲ ଘୁରି ବୁଲୁଥିଲେ ବାପାମା’। ପୁଅର ଜୀବନ ବଞ୍ଚାଇଦେବାକୁ ମା’ ଦେବାଦେବୀଙ୍କ ପାଖରେ ଦୀପ ଜାଳିବା ସହ ଡାକ୍ତୀରଙ୍କୁ ନେହୁରା ହେଉଥିଲା। ହେଲେ ଶେଷରେ ଡାକ୍ତରଙ୍କ ଚିକିତ୍ସା ଓ ମା’ର ପ୍ରାର୍ଥନା ବିଫଳ ହୋଇଥିଲା। ୩ମାସ କଲବଲ ପରେ ଗତକାଲି ଶିଶୁଟି ଶିଶୁଭବନରେ ଆଖି ବୁଜି ଦେଇଥିଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲାରେ।

ଗତ ଏପ୍ରିଲ ୧୧ତାରିଖରେ ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗାଁରେ ଅନେକ ଶିଶୁ ଅଙ୍ଗନବାଡିରେ ଦିଆଯାଇଥିବା ଏକ୍ସପାଏରୀ ଭିଟାମିନ ମେଡିସିନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଯାଇଥିଲେ। ହେଲେ ୧୧ମାସର ଶିଶୁ ସଞ୍ଚିତ ସଇଁସାର ଅବସ୍ଥା ଗୁରୁତର ରହିଥିଲା। ପ୍ରଥମେ ଶିଶୁଟିକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଆନ୍ଧ୍ର ବିଶାଖାପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହେପରେ ଶିଶୁଟିକୁ ଭୁବନେଶ୍ୱର ଏମ୍ସରେ କିଛି ଦିନ ଚିକିତ୍ସା କରାଯାଇଥିଲା। ପରେ ତାକୁ କଟକ ସ୍ଥିତ ଶିଶୁଭବନରେରେ ଭର୍ତ୍ତି କରାଯାଇଥିଲା। 

ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ପରିବାର ଲୋକେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦାୟୀ କରିଛନ୍ତି ପରିବାର ଲୋକେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ସକାଳେ ପରିବାର ଲୋକେ ମୃତଦେହ ରାସ୍ତା ଉପରେ ରାସ୍ତାରୋକ କରିଛନ୍ତି। ଫଳରେ ପାରଳାଖେମୁଣ୍ଡି-ମୋହନା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମଟର ଅଟକି ରହିଛି।

 ସୂଚନାଯୋଗ୍ୟ, ଶିଶୁମାନଙ୍କୁ ଏକ୍ସପାଇରୀ ଔଷଧ ଦେବା ନେଇ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନାଁରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HFpQCYI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages