ବିଚ୍ ରାସ୍ତାରେ ସମସ୍ତଙ୍କ ସମ୍ମୁଖରେ ଜଣେ ଜେଇଙ୍କ ଗାଲରେ ଶକ୍ତ ଚାପୁଡ଼ା ପକାଇଲେ ଜଣେ ଏମଏଲଏ। ଏଥିସହ ତାଙ୍କୁ ବହୁ ସମୟ ଗାଳିଗୁଲଜ କରିବା ସହ ‘ନାଲାୟକ’ କହିବାକୁ ବି ପଛାଇ ନାହାନ୍ତି। ଏପରି ଏକ ଘଟଣା ମୁମ୍ବାଇରେ ଘଟିଥିବା ବେଳେ ଏହା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳିଛି ମାଡ଼ ମାରିଥିବା ବିଧାୟକ ଜଣକ ହେଉଛନ୍ତି ଗୀତା ଜୈନ । ସେ ଜଣେ ସ୍ୱାଧୀନ ବିଧାୟକ ବୋଲି ଜଣାଯାଇଛି। ସେ ମୀରେ ଭାୟାନ୍ଦର ମ୍ୟୁନିସିପାଲିଟଇ ଅଞ୍ଚଳର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତକାଲି ଚାପୁଡ଼ା ପକାଇଥିଲେ।
ଗତକାଲି ମୀରା ଜୈନଙ୍କ ନିର୍ବାଚନ ମଣ୍ଡଳୀ ଥାନେ ଜିଲ୍ଲାର ଭାୟାନ୍ଦରରେ ଜବରଦଖଲ ଉଚ୍ଛେଦ କାମ ଚାଲିଥିବା ବେଳେ ସେ ସେଠାକୁ ଯାଇଥିଲେ। ଉକ୍ତ ସମୟରେ ସ୍ଥାନୀୟ ଲୋକେ ବିଧାୟିକାଙ୍କୁ ଘେରି ବିନା ନୋଟିସ୍ରେ ଜବରଦଖଲ ଉଚ୍ଛେଦ ହେଉଥିବା କହିଥିଲେ।
ଏହାଶୁଣି ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ବିଧାୟିକା ଏ ସମ୍ପର୍କରେ ସେଠାରେ ଉପସ୍ଥିତ ୨ ଜଣ ଜେଇଙ୍କୁ ପଚରାଉଚରା କରିଥିଲେ। ଏପରିକି ଆଗକୁ ବର୍ଷା ଦିନ ଆସୁଥିବାରୁ ଛୋଟ ଛୁଆ ସମେତ ଅନ୍ୟମାନେ କେଉଉଁଠି ରହିବେ ବୋଲି ପଚାରିଥିଲେ। ଏନେଇ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏଥିରେ କ୍ଷୁବ୍ଧ ବିଧାୟକ ଜଣେ ଜେଇଙ୍କ ଗାଲରେ ଏକ ଶକ୍ତ ଚାପଡ଼ା ବଜାଇ ଦେଇଥିଲେ। ଏନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାଯାଇଛି।
आमदार गीता जैन ताई ही कुठली पद्धत आहे अधिकाऱ्यावर हात उचलून प्रश्न सोडवण्याची.अधिकारी चुकला असेल तर सरकार मधे आहात कायदेशीर कार्यवाही करा कायदा हातात घेण्याचा अधिकार तुम्हाला कोणी दिला आहे ? @CMOMaharashtra यांच्यावर कार्यवाही करणार की आमदारांना कायदा हातात घेण्याची सूट आहे ? pic.twitter.com/ndJGyhLVyR
— Suraj Chavan (सूरज चव्हाण) (@surajvchavan) June 20, 2023
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rWps2lv
No comments:
Post a Comment