ରସତର ଛଡ଼ ହଇଥବ ଟରକକ ପଟଲ ବଲର ଜଣଙକ ଜବନ ଗଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 29, 2023

ରସତର ଛଡ଼ ହଇଥବ ଟରକକ ପଟଲ ବଲର ଜଣଙକ ଜବନ ଗଲ

ଉତ୍ତର ପ୍ରଦେଶର ବାନ୍ଦାରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛ ପଟୁ ପିଟିଛି ଦ୍ରୁତଗାମୀ ବୋଲେର। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବାନ୍ଦା ଜିଲ୍ଲା ମାଜିଷ୍ଟ୍ରେଟ ଦୁର୍ଗା ଶକ୍ତି ନାଗପାଲଙ୍କ ସୂଚନା ଅନୁସାରେ, ବୋଲେରରେ ମୋଟ ୮ ଜଣ ଲୋକ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ସଙ୍କଟାପନ୍ନ ଅବସ୍ଥାରେ ଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ତିଲୋଉଥା ଗାଁର ଗୁଜିଙ୍କ ୧୩ ବର୍ଷୀୟ ପୁଅ କାଳୁଙ୍କୁ ଗୁରୁବାର ରାତିରେ କରେଣ୍ଟ ମାରିଥିଲା। ଏଥିପାଇଁ କାଳୁଙ୍କୁ ତାଙ୍କ ମା’ ସାରାବାନୋ(୩୮) ବୋଲେରୋ ଯୋଗେ ବାବେରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିଲେ। ତାଙ୍କ ସହ ୧୬ ବର୍ଷୀୟ କୈଫ, ବୋଲେରୋ ଡ୍ରାଇଭର ହାସିମ, ଜାହିଦ, ଜହଇଲ ଓ ମୁସାହିଦ ମଧ୍ୟ ରହିଥିଲେ। ତେବେ ଅଧା ରାସ୍ତାରେ ସେମାନେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ବାବେରୁ କୋଟୱାଲି ଅନ୍ତର୍ଗତ କାମାସିନ ରୋଡ୍‌ର ପରିୟାଦାଇ ଠାରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି କୌଣସି କାରଣରୁ ରାସ୍ତା ମଝିରେ ହିଁ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ବୋଲେରଟି ଏହାକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବୋଲେରୋଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ଫ୍ରଣ୍ଟ ସିଟ୍‌ରେ ଡ୍ରାଇଭରଙ୍କ ସମେତ ବସିଥିବା ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ଦୁର୍ଘଟଣାଗ୍ରସ୍ତ ବୋଲେରୋ ମଧ୍ୟରେ ଚାପି ହୋଇ ରହିଥିବା ମୃତାହତଙ୍କୁ ବାହାରକୁ ଅଣା ଯାଇଥିଲା। ହେଲେ ସେତେବେଳକୁ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6hUruao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages