ଖରାଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ,ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଇ ୩ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଅଧିକ ହେଉଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ଦୁଇ ଜିଲ୍ଲାର ଜିଲ୍ଲାପାଳ। ଏଇ ଦୁଇ ଜିଲ୍ଲାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ପାଠପଢା ହେବ। ଏଠାରେ ୬ଟାରୁ ୧୦ଟା ଯାଏଁ ଚାଲିବ ପାଠପଢା। ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ସୁବର୍ଣ୍ଣପୁର,ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ ତାରିଖରେ ଖୋଲିବ ସ୍କୁଲ। ୨୩ ଓ ୨୪ ତାରିଖରେ ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ ଚାଲିବ। ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ପାଠପଢ଼ା ହେବ। ସେହିଭଳି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ରେ
ଖୋଲିବ ସ୍କୁଲ ଖୋଲିବ। ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ।
ସୂଚନାଯୋଗ୍ୟ, ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Mg0ZDeQ
No comments:
Post a Comment