ବଲୟର ହଟ ୱଭଜନତ ମତୟକ ଖଣଡନ କଲ ଯଞଚ ଟମ ବଦ ହଲ ମଖୟ ଚକତସ ଅଧକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 18, 2023

ବଲୟର ହଟ ୱଭଜନତ ମତୟକ ଖଣଡନ କଲ ଯଞଚ ଟମ ବଦ ହଲ ମଖୟ ଚକତସ ଅଧକର

ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶର ବଲିୟାରେ ୫୪ ଜଣଙ୍କ ମୃତ୍ୟୁ ହେବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଏହାକୁ ନେଇ ତେଜିଛି ରାଜନୀତି । ଏପରିକି ଗଣମାଧ୍ୟମରେ ଏପରି ବୟାନ ଦେଇଥିବା ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ମେଡିକାଲ ଅଫିସରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏଥିସହ ଘଟଣାର ଯାଞ୍ଚ ପାଇଁ ବଲିୟା ମୁଖ୍ୟ ଚିକିତ୍ସାଳୟକୁ ରାଜ୍ୟ ସରକାର ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍‌ ପଠାଇଛନ୍ତି। ଏଥିସହ ଏହି ମୃତ୍ୟୁ ହିଟ୍‌ୱେଭଜନିତ ନୁହେଁ ବୋଲି କହିଛି ଡାକ୍ତରୀ ଟିମ୍‌ ।

ଗତକାଲି ଗଣମାଧ୍ୟରେ ପ୍ରକାଶିତ ଖବର ଅନୁଯାୟୀ, ବଲିୟାରେ ଅତ୍ୟଧିକ ଗରମ ଯୋଗୁ ୫୦ରୁ ଊର୍ଦ୍ଦ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଶହ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଡାକ୍ତରୀ ଟିମ୍‌ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏହା ହିଟୱେଭ ସମ୍ବନ୍ଧିତ ମୃତ୍ୟୁ ନୁହେଁ। କାରଣ ଆଖପାଖ ଜିଲ୍ଲାରେ ବି ହିଟୱେଭ ଜାରି ରହିଥିବା ସତ୍ତ୍ୱେ ସେଠାରେ ଏପରି ମୃତ୍ୟୁ ସଂଖ୍ୟା ଦେଖିବାକୁ ମିଳୁନି। ମୁଖ୍ୟତଃ ମୃତକମାନେ ପ୍ରଥମେ ଛାତି ଯନ୍ତ୍ରଣା ନେଇ ଅଭିଯୋଗ କରିଥିଲେ। ଏହା କେବେ ବି ଭୀଷଣ ଗ୍ରୀଷ୍ମ ପ୍ରବାହଜନିତ ମୃତ୍ୟୁ ନୁହେଁ। ଏହାବାଦ ଏହି ମୃତ୍ୟୁ ପାଣିଜନିତ ହୋଇପାରେ ବୋଲି ସେ ଶଙ୍କା ବ୍ୟକ୍ତ କରିଛନ୍ତି। ଏପରିକି ଆଖପାଖ ଅଞ୍ଚଳର ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୩ ଦିନରେ ହୋଇଥିବା ମୃତ୍ୟୁ ହିଟ୍‌ଷ୍ଟ୍ରୋକ୍‌ ଯୋଗୁ ବୋଲି କହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି। କାରଣ ଏହି ବୟାନ ଭାଇରାଲ ହେବା ପରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ଏନେଇ ୟୁପି ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଯାଞ୍ଚ ପୂର୍ବରୁ ଏପରି ଖାମଖିଆଲି ମନ୍ତବ୍ୟ ଦେବା ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।

ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଚାଲିଗଲା। ହିଟୱେଭ ସମ୍ପର୍କରେ ଲୋକଙ୍କୁ ପୂର୍ବରୁ ସଚେତନ କରିବାର ଆବଶ୍ୟକତା ଥିଲା। ଗତ ୬ ବର୍ଷରେ ୟୁପିରେ ଗୋଟିଏ ବି ଜିଲ୍ଲା ହସ୍ପିଟାଲର ପ୍ରତିଷ୍ଠା ହୋଇ ନାହିଁ। ଯେଉଁମାନେ ପ୍ରଚଣ୍ଡ ତାତି ଯୋଗୁ ଆଖି ବୁଜିଛନ୍ତି ସେମାନେ ମୁଖ୍ୟତଃ ଗରୀବ ଚାଷୀ । ସେମାନଙ୍କୁ ହସ୍ପିଟାଲରେ ଠିକ୍‌ ସମୟରେ ଖାଦ୍ୟ, ଔଷଧ ତଥା ଚିକିତ୍ସା ମିଳୁ ନ ଥିଲା। ହେଲେ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ବଲିୟାରେ ଅଚାନକ ଲୋକମାନେ ଜ୍ୱରରେ ପୀଡ଼ିତ ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏଥିଯୋଗୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି, ଏପରିକି ଷ୍ଟ୍ରେଚରର ଅଭାବ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ବହୁ ସମ୍ପର୍କୀୟ ନିଜ ରୋଗୀଙ୍କୁ କାନ୍ଧରେ ବୋହି ମେଡିକାଲ ଭିତରକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଥିବା ଓ ଷ୍ଟ୍ରେଚରର ଅଭାବ ନ ଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/weKjLIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages