ପିଶାଚ ସାଜିଲେ ୩ ଯୁବକ । ବିଚ୍ ରାସ୍ତାରେ ଘଟାଇଲେ ଅମାନବୀୟ କାଣ୍ଡ । ଜଣେ ଯୁବକଙ୍କୁ ଜୋରଜବରଦସ୍ତି କାବୁ କରି ତାକୁ ନିଶାସକ୍ତ କରିବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କଲେ। ଏପରିକି ଏଥିରେ ଯୁବକଜଣକ ରାଜି ନ ହେବାରୁ ଅଭିଯୁକ୍ତମାନେ ପୀଡ଼ିତ ଯୁବକଙ୍କ ବେକରେ ବେଲ୍ଟ ବାନ୍ଧି ତାଙ୍କୁ କୁକୁର ପରି ରାସ୍ତାରେ ଚାଲିବାକୁ ବାଧ୍ୟ କଲେ।
ଏପରି ଏକ ଅମାବନୀୟ ଘଟଣା ପ୍ରାୟ ମାସେ ପୂର୍ବରୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଥିଲା । ମାତ୍ର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ଗିରଫ କରାଯାଇଛି। ଏଥିସହ ସମସ୍ତ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚାଲିଛି।
ଭିଡିଓରେ ଜଣେ ଯୁବକଙ୍କ ବେକରେ ବେଲ୍ଟ ବନ୍ଧା ଯାଇଥିବା ବେଳେ ତା ସହ କୁକୁର ପରି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଏପରିକି ତାଙ୍କୁ କୁକୁର ପରି ଭୁକିବାକୁ ବାଧ୍ୟ କରାଯିବା ସହ ଭୁଲ୍ ମାଗିବାକୁ ଧମକ ଦିଆଯାଉଥିଲା। ପୀଡ଼ିତ ଯୁବକଜଣକ ଅଭିଯୁକ୍ତଙ୍କ ଆଗରେ ଛାଡ଼ି ଦେବାକୁ ନେହୁରା ହେଉଥିବା ବେଳେ ଅନ୍ୟମାନେ ତାଙ୍କର ମଜାକ ଉଡ଼ାଉଥିଲେ। ଏହି ଭିଡିଓ ଗତ ମେ’ ୯ ତାରିଖର ବୋଲି ଜଣାଯାଇଛି।
ଭୋପାଳର ଟିଲା ଜମାଲପୁରେ ପୁଲିସ୍ ଏହି ଘଟଣାର ଯାଞ୍ଚ କରୁଥିବା ବେଳେ ପୀଡ଼ିତ ଯୁବକଙ୍କ ନାମ ବିଜୟ ବୋଲି ଜଣାପଡ଼ିଛି। ପୀଡ଼ିତ ଯୁବକଙ୍କ ଭାଇ ଅଭିଯୋଗ କରିବା ନିମନ୍ତେ ଥାନାକୁ ଯାଇଥିବା ବେଳେ ପୁଲିସ୍ ମାମଲା ରୁଜୁ କରି ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ ପରିବାର ସଦସ୍ୟ ଏହି ଭିଡିଓକୁ ସୋଶାଲ ମିଡିଆରେ ଶେଆର କରିଦେଲେ। ଏହା ଆଖି ପିଛୁଳାକେ ଭାଇରାଲ ହେବା ସହ ସଭ୍ୟ ସମାଜରେ ଏପରି ଘଟଣା ଘଟୁଥିବା ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ପ୍ରକାଶ ପାଇଥିଲା।
ପୀଡ଼ିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ପ୍ରଥମେ ବିଜୟଙ୍କୁ ଜୋରଜବରଦସ୍ତ ଏକ ଘରକୁ ନେଇ ଯାଇଥିବା ବେଳେ ସେଠାରେ ତାଙ୍କୁ ଜବରଦସ୍ତି ଗଞ୍ଜେଇ, ଚରସ ଆଦି ଖୁଆଇ ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ମାଂସ ଖୁଆଇ ଦେବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତୁରନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସମସ୍ତଙ୍କ ଘର ଭାଙ୍ଗି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତୁରନ୍ତ ସେମାନଙ୍କ ଘରକୁ ଭାଙ୍ଗି ଦିଆଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jV0anuN
No comments:
Post a Comment