ଭରତ ବରଧର ଖଲସତନଙକ ବଡ଼ ଷଡ଼ଯନତର ଟରଗଟର ରଷଟରଦତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 5, 2023

ଭରତ ବରଧର ଖଲସତନଙକ ବଡ଼ ଷଡ଼ଯନତର ଟରଗଟର ରଷଟରଦତ

ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛନ୍ତି ଖଲିସ୍ତାନୀ ସମର୍ଥକ। କିଛି ଦିନ ତଳେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସକୋରେ ଥିବା ଭାରତର ବ୍ୟବସାୟିକ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ। ଏବେ ଲଣ୍ଡନରେ ମଧ୍ୟ ଭାରତ ବିରୋଧୀ ରାଲି କରିବାକୁ ସେମାନେ ଅଣ୍ଟା ଭିଡ଼ିଛନ୍ତି।

କିଲ୍‌ ଇଣ୍ଡିଆ ନାଁରେ ଖଲିସ୍ତାନୀ ସମର୍ଥକମାନେ ଜୁଲାଇ ୮ରେ ରାଲି କରିବେ। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ଏହି ରାଲି କରାଯିବ। ସୋଶାଲ ମିଡିଆରେ ଏନେଇ ଗୋଟିଏ ପୋଷ୍ଟର ମଧ୍ୟ ଭାଇରାଲ କରାଯାଉଛି।

କିଛି ଟ୍ୱିଟର ଆକାଉଣ୍ଟରୁ ଭାରତ ବିରୋଧୀ ପୋଷ୍ଟରକୁ ଶେୟାର ମଧ୍ୟ କରାଯାଇଛି। ପୋଷ୍ଟରେ କୁହାଯାଇଛି ଯେ “ଖଲିସ୍ତାନ କିଲ ଇଣ୍ଡିଆ ରାଲି ୮ ଜୁଲାଇରେ ହେବ। ନିଜ୍ଜର ନାମକ ଜଣେ ଖଲିସ୍ତାନ ନେତାର ହତ୍ୟା ପଛରେ ଭାରତୀୟ ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପୋଷ୍ଟକୁ ଖଲିସ୍ତାନୀ ସମର୍ଥକମାନେ କିଛି ଭାରତୀୟ ସାମ୍ବାଦିକଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ପୋଷ୍ଟରରେ ଖଲିସ୍ତାନ ସ୍ୱାଧୀନତା ରାଲି ଜୁଲାଇ ୮ ତାରିଖ ଦିନ ୧୨.୩୦ରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ କରାଯିବ ବୋଲି କୁହାଯାଇଛି। ଏହି ପୋଷ୍ଟର୍‌ରେ ବ୍ରିଟେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଡୋରାସ୍ୱାମୀ ଓ ବର୍ମିଂହାମରେ ଥିବା ଭାରତର କନସ୍ୟୁଲାର ଜେନେରାଲ ଶଶାଙ୍କ ବିକ୍ରିମଙ୍କ ଫଟୋ ରହିଛି।

ଏହି ଦୁଇ ଭାରତୀୟ ଅଧିକାରୀଙ୍କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ଉଭୟଙ୍କୁ ସେମାନେ ହରଦୀପ ସିଂହ ନିଜ୍ଜର ହତ୍ୟାକାରୀ ବୋଲି କହିଛନ୍ତି। ସବୁଠାରୁ କୌତହଳର ବିଷୟ ହେଲା ଯେ ସେମାନେ ବିକ୍ରମଙ୍କୁ ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସର କନସ୍ୟୁଲାର ଜେନେରାଲ ବୋଲି ଭୁଲରେ କହିଛନ୍ତି।

ହରଦୀପ ସିଂହ ନିଜ୍ଜର ହେଉଛି ଜଣେ ଆତଙ୍କବାଦୀ ଓ ଖଲିସ୍ତାନ ସପକ୍ଷବାଦୀ ନେତା। ତାକୁ ଜୁନ ୧୮ରେ କାନାଡାର ବ୍ରିଟିଶ କୋଲମ୍ବିଆ ପ୍ରଦେଶରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ତା’ ହତ୍ୟା ପଛରେ ଭାରତୀୟ ଅଧିକାରୀଙ୍କ ହାତ ଥିବା ଖଲିସ୍ତାନୀ ସମର୍ଥକ ଅଭିଯୋଗ କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ABOJWaU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages