ମେଷ: ସ୍ୱାସ୍ଥ୍ୟ ଭଲ ରହିବାରୁ ମନ ଖୁସି ରହିବ । ବ୍ୟବସାୟରେ ଅର୍ଥ ଲାଭ ହେବ । ନିର୍ମାଣଧୀନ କାର୍ଯ୍ୟ ପାଇଁ ବ୍ୟସ୍ତ ଅନୁଭବ ସହ ଦୂରସ୍ଥାନକୁ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ବୃଷ: ନୂତନ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି । ସୁସ୍ୱାଦୁ ଭୋଜନ କରିବେ॥ ଛାତ୍ରଛାତ୍ରୀ ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଅଚାନକ ଅର୍ଥପ୍ରାପ୍ତି ହେବାରୁ ମନ ଖୁସି ରହିଲେ ମଧ୍ୟ ଛୋଟ କଥାକୁ ନେଇ କାହା ସହିତ କଳହ ହୋଇପାରେ ।
ମିଥୁନ: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭଫଳ ମିଳିବ । ଅଧିକ ଆୟ ହେବ॥ ନୂତନ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କିନ୍ତୁ ଅଯଥାରେ ଅର୍ଥ ବ୍ୟୟ ହେବ । ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ ।
କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ, ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡିପାରେ। ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସିଂହ : ମନ ଅସ୍ଥିର ରହିବ । କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ଏଜେନ୍ସି, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।
କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟାଳୟ କିମ୍ବା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ତୁଳା: ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଦିନଟି ଅନୁକୂଳ ରହିବ। ଖଳ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ବିଛା: ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଯୋଗୁ ଅସନ୍ତୁଷ୍ଟ ରହି ପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ ।
ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । କରଜଦାତାଙ୍କ ଚାପ ପଡ଼ିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ଚତୁରତାର ସହ ସାମ୍ନା କରି କୃତକାର୍ଯ୍ୟ ହେବେ ।
ମକର: ବହୁ ଦିନର ବନ୍ଧୁଙ୍କ ସହିତ ମିଳନ ହେବାରୁ ମନ ଖୁସି ରହିବ ଓ ଭ୍ରମଣ ଯୋଗ ରହିଛି । ସନ୍ତାନ ମାନଙ୍କର ପାଠପଢ଼ାରେ ଉନ୍ନତି ହେବ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ଓ ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ: ସନ୍ତାନ ମାନଙ୍କର ଚାକିରି କ୍ଷେତ୍ରକୁ ନେଇ ଶୁଭଖବର ପ୍ରାପ୍ତି ହେବ । ବ୍ୟବସାୟରେ ଆଗ ଅପେକ୍ଷା ଆୟ ବୃଦ୍ଧି ହେବାରୁ ମନ ଖୁସି ରହିବ । ରାଜନୀତି କରୁଥିବା ବ୍ୟକ୍ତି ଲାଭ ପାଇବେ ଓ ଦୂରସ୍ଥାନକୁ ଯାତ୍ରା କରିବେ ।
ମୀନ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାରୁ ମନରେ ବ୍ୟସ୍ତତା ବୃଦ୍ଧି ହେବ । ପାରିବାରିକ ସମସ୍ୟାର ସମାଧାନ ହେଲେ ମଧ୍ୟ ଗୁପ୍ତଶତ୍ରୃ ବୃଦ୍ଧି ପାଇବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SzJ4PN0
No comments:
Post a Comment