ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର ଜଣେ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତୋଫାନ ପାତ୍ର। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ସେ ଦୀର୍ଘ ଦିନ ହେଲା ତିହିଡ଼ି ଥାନାରେ କାର୍ଯ୍ୟ କରୁଥିଲେ।
କନଷ୍ଟେବଲ ତୋଫାନ ପାତ୍ରଙ୍କ ମୃତଦେହ ଥାନା ପରିସରରେ ଥିବା ତାଙ୍କ ସରକାରୀ ବାସଭବନରୁ ମିଳିଥିଲା। ସେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ। ତିହିଡ଼ି ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
କୁହାଯାଉଛି, ପାରିବାରିକ କଳହକୁ ନେଇ କନଷ୍ଟେବଲ ତୋଫାନ ପାତ୍ର ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ପାଟିତୁଣ୍ଡ ହେଉଥିଲା।
ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qXUGhkB
No comments:
Post a Comment