ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କୁ ହତ୍ୟା କରି ପୋଲ ତଳକୁ ଫୋପାଡ଼ି ଦେଲେ କିଛି ଯୁବକ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ନନ୍ଦିନୀ ସେତୁ ନିକଟରେ।
ମୃତ ବିଜେଡି କର୍ମୀ ଜଣଙ୍କ ହେଲେ ମଧୂସୁଦନ ବିଷୋୟୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଧୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିଛି।
ଗତକାଲି ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଶେରଗଡ଼କୁ କୌଣସି କାମରେ ଯାଇଥିଲେ। କାମ ସାରି ବାଇକ୍ରେ ଘରକୁ ଫେରିଲା ବେଳେ ନନ୍ଦିନୀ ସେତୁ ଉପରେ ୩ରୁ ୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ମଧୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ଖଣ୍ଡାରେ ହାଣି ପୋଲ ତଳକୁ ଫୋପାଡ଼ି ଦେଇଥିଲେ।
ମଧୁଙ୍କ ସାଙ୍ଗରେ ଥିବା ତାଙ୍କ ସହଯୋଗୀ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ମଧୁଙ୍କୁ ପୋଲ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଧୁଙ୍କୁ ମୃତ ଘୋଷଣା କରିଥିଲେ।
ଗତ ପଞ୍ଚାୟତ ନିର୍ବାଚନ ବେଳେ ଦଳ ପକ୍ଷରୁ ମଧୁଙ୍କର ପରିଚାଳନାରେ ମୂଖ୍ୟ ଭୂମିକା ରହିଥିଲା। ଏହି କାରଣରୁ ନିଜ ଦଳ କିଛି ଲୋକଙ୍କ ସହ ରାଜନୈତିକ ତିକ୍ତତା ଲାଗି ରହିଥିଲା। ଏଥିପାଇଁ ନିଜ ଦଳର ଲୋକମାନେ ମଧୁଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମଧୁଙ୍କ ସହଯୋଗୀ କୁଷ୍ଣଙ୍କୁ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ldN2S4K
No comments:
Post a Comment