ସୋନିଆ ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି। ତାଙ୍କୁ ଦିଲ୍ଲୀର ଶ୍ରୀ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଆସିବା ପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ସେ ଡାକ୍ତରମାନଙ୍କ ନିରୀକ୍ଷଣରେ ଅଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଏହା ପୂର୍ବରୁ ଚଳିତ ବର୍ଷ ସୋନିଆ ଗାନ୍ଧି ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ଜାନୁଆରୀ ୧୨ ତାରିଖରେ ତାଙ୍କୁ ଶ୍ରୀ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭାଇରାଲ ଇନ୍ଫେକ୍ସନ ଯୋଗୁ ସେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ୧୭ ତାରିଖରେ ସେ ଡିସ୍ଚର୍ଜ ହୋଇଥିଲେ।
ଏହା ପରେ ଗତ ମାର୍ଚ୍ଚ ୨ ତାରିଖରେ ସେ ପୁଣି ସେହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କୁ ଜ୍ୱର ହୋଇଥିଲା।
ଗତ ଅଗଷ୍ଟ ୩୧ ତାରିଖରେ ସେ ମୁମ୍ବାଇରେ ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ଯୋଗ ଦେଇଥିଲେ। ତାଙ୍କ ସହିତ ତାଙ୍କ ପୁଅ ରାହୁଲ ଗାନ୍ଧି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mBUMr6e
No comments:
Post a Comment