ମେଷ: ବହୁଦିନରୁ ଲାଗିଥିବା ବାଦବିବାଦର ସମାଧାନ ହେବ ଏବଂ ଅଚାନକ ଅର୍ଥପ୍ରାପ୍ତି ହେବ । ଛାତ୍ରଛାତ୍ରୀ ମାନଙ୍କର ପାଠ ପଢ଼ାରେ ଉନ୍ନତି ହେବ ଏବଂ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ । ନିର୍ମାଣାଧୀନ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବାରୁ ମନ ଖୁସି ରହିବ ।
ବୃଷ: ବ୍ୟବସାୟରେ ଲାଭ ପାଇବେ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ । ସନ୍ତାନ ମାନଙ୍କର ସ୍ଵଭାଵ ଆଚରଣ ଦେଖି ବାପା ମା ଖୁସି ହେବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ । ବ୍ୟବସାୟ ପାଇଁ ଚିନ୍ତାଗ୍ରସ୍ତ ରହିବେ ଏବଂ ଅର୍ଥ ପାଇଁ ମାନସିକ ଅଶାନ୍ତି ଦେଖାଯିବ ।
ମିଥୁନ: ଅପେକ୍ଷା କରିଥିବା ଶୁଭ ସମାଚାର ମିଳିବ। ଦେହ ମନ ସୁସ୍ଥ ରହିବ । ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବା ଫଳରେ ମନ ପ୍ରସନ୍ନ ରହିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ବିଦ୍ୟାର୍ଥୀମାନେ ପଢାପଢିରେ କୃତକାର୍ଯ୍ୟ ହେବେ ।
କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ, ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡିପାରେ। ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସିଂହ : ମନ ଅସ୍ଥିର ରହିବ । କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ଏଜେନ୍ସି, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।
କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟାଳୟ କିମ୍ବା କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ତୁଳା: ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଦିନଟି ଅନୁକୂଳ ରହିବ। ଖଳ କଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ବିଛା: ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଯୋଗୁ ଅସନ୍ତୁଷ୍ଟ ରହି ପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ ।
ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । କରଜଦାତାଙ୍କ ଚାପ ପଡ଼ିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ଚତୁରତାର ସହ ସାମ୍ନା କରି କୃତକାର୍ଯ୍ୟ ହେବେ ।
ମକର: ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବେ । ବ୍ୟବସାୟରେ ଲାଭ ମିଳିବ ଓ ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ଘରକୁ ଅତିଥି ଆସିବେ ।
କୁମ୍ଭ: ବ୍ୟବସାୟ ପାଇଁ ବନ୍ଧୁ ସାହାଯ୍ୟ କରିବାରୁ ମନ ଖୁସି ରହିବ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ଅଚାନକ ଅର୍ଥ ଲାଭ ହେବ। ପିଲାମାନଙ୍କର ପାଠପଢ଼ାରେ ଉନ୍ନତି ସହିତ ଚାକିରି କ୍ଷେତ୍ରରେ ସଫଳତା ପାଇବେ।
ମୀନ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । ଅର୍ଥ କାରବାର କଲାବେଳେ ଭାବି ଚିନ୍ତି କରନ୍ତୁ । ନଚେତ ଅସୁବିଧାରେ ପଡିପାରନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LCeluyh
No comments:
Post a Comment